ନୂଆଦିଲ୍ଲୀ : ଉଦଘାଟିତ ହେଲା ଦୀଘା ଜଗନ୍ନାଥ ମନ୍ଦିର । ଅକ୍ଷୟ ତୃତୀୟା ଅବସରରେ ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୨୦ଏକର ଜାଗାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ଏହି ମନ୍ଦିର ନିର୍ମାଣ କରାଯାଇଛି ।

ମନ୍ଦିର ପ୍ରତିଷ୍ଠା ହେଲା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ସମୁଦ୍ର ଉପକୂଳବର୍ତ୍ତୀ ସହର ଦୀଘାରେ ନିର୍ମିତ ଏହି ଭବ୍ୟ ମନ୍ଦିରରେ ସବୁ ଧର୍ମର ଲୋକେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି। ଅର୍ଥାତ ହିନ୍ଦୁଧର୍ମର ମନ୍ଦିରଗୁଡ଼ିକରେ ମୁଖ୍ୟତଃ ଅନ୍ୟ ଧର୍ମାବଳମ୍ବୀମାନଙ୍କୁ ବାରଣ ଥିବା ବେଳେ ଦୀଘା ଜଗନ୍ନାଥ ମନ୍ଦିରରେ ଏସବୁ କଟକଣା ନାହିଁ ବୋଲି କୁହାଯାଉଛି।

ସେହିପରି ୨୦ଏକର ଜାଗାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ୬୫ ଫୁଟ୍ ଉଚ୍ଚର ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୨୫୦କୋଟି ଟଙ୍କା ବ୍ୟୟ କରାଯାଇଛି । ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଓ ରାଜସ୍ଥାନ ଗୋଲାପୀ ବାଲିପଥରରେ ନିର୍ମିତ ହୋଇଛି ଏହି ଭବ୍ୟ ସ୍ଥାପତ୍ୟ ।

ରାଜସ୍ଥାନର ୮୦୦ରୁ ଅଧିକ କୁଶଳୀ କାରିଗର ଏହି ମନ୍ଦିର ନିର୍ମାଣ କରିଛନ୍ତି । ଦୀଘାର ମନ୍ଦିରରେ ପୁରୀ ଜଗନ୍ନାଥ ମନ୍ଦିର ପରି ଭୋଗ ମଣ୍ଡପ, ନାଟ ମଣ୍ଡପ,ଜଗମୋହନ ଏବଂ ପବିତ୍ର ଗର୍ଭଗୃହରେ ଅତି ନିଖୁଣ କାରୁକାର୍ଯ୍ୟ କରାଯାଇଛି ।