ପଶ୍ଚିମବଙ୍ଗ : ପୁଣି ଆହତ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ବାନାର୍ଜୀ ଆହତ ହୋଇଥିବା ସୂଚନା ରହିଛି । ସେ ହେଲିକପ୍ଟର ଭିତରେ ପଡିଯାଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଛି ।
ସୂଚନା ଅନୁଯାୟୀ, ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ । ହେଲିକପ୍ଟରରେ ଯାତ୍ରା କରିବା ସମୟରେ ଏଭଳି ଦୁର୍ଘଟଣା ହୋଇଥିଲା । ମମତା ଯେତେବେଳେ ହେଲିକପ୍ଟର ଭିତରକୁ ଯାଉଥିବା ବେଳେ ପଡିଯାଇଥିଲେ । ଫଳରେ ତାଙ୍କ ପାଦରେ ଆଘାତ ଲାଗିଛି । ଏହି ଘଟଣା ପରେ ତୁରନ୍ତ ତାଙ୍କୁ ସୁରକ୍ଷାକର୍ମୀଙ୍କ ସମେତ ନିଜ ଷ୍ଟାଫ ଧରିପକାଇଥିଲେ । ତେବେ ଆଘାତ ଲାଗିବା ପରେ ମଧ୍ୟ ମମତା ଆସନସୋଲ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଥିଲେ ।