କୋରାପୁଟ/ମନୋଜ ଦାଶ:କଂଗ୍ରେସ ରାଜ୍ୟ ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କୋରାପୁଟ ରେଳ ଷ୍ଟେସନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଜୟପୁର ଠାରେ ବିଶାଳ କର୍ମୀ ସମ୍ବିଳନୀ ଏବଂ ରାଲି ଓ ସମ୍ବର୍ଦ୍ଧନା ସଭା କାର୍ୟ୍ୟ ରହିଛି । ଏହି କାର୍ୟ୍ୟକ୍ରମରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇ ଦେବେ । ଭୁବନେଶ୍ୱରରୁ ଟ୍ରେନ ଯୋଗେ କୋରାପୁଟ ରେଳ ଷ୍ଟେସନ ରେ ପହଞ୍ଚିବା ପରେ ବାଦ୍ୟର ତାଳେ ତାଳେ ଭବ୍ୟ ସ୍ୱାଗତ କରାଯାଇଥିଲା । ରାଜ୍ୟ କଂଗ୍ରେସ ପ୍ରଭାରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ୯ ରୁ ୯୦ ସିଟ ନେବ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି ।