ଭୁବନେଶ୍ବର : ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓଡ଼ିଶା ବାସ୍କେଟଲ ଆସୋସିଏନ ଓ ଖୋର୍ଦ୍ଧା ଜିଲ୍ଲା ବାସ୍କେଟବଲ ସଂଘର ମିଳିତ ଆନୁକୁଲ୍ୟରେ ୟୁନିଟ୍-୧ ସ୍ଥିତ ଇଣ୍ଡୋର ହଲ୍ରେ ଚାଲିଥିବା ସପ୍ତାହନ୍ତ ଆନ୍ତଃ ବିଦ୍ୟାଳୟ ବାସ୍କେଟବଲ ଲିଗର ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ମଦର୍ସ ପବ୍ଲିକ ସ୍କୁଲ ଓ କିସ୍ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଗତ ୨୫ ତାରିଖ ଶନିବାର ଖେଳା ଯାଇଥିବା ସେମିଫାଇନାଲରେ ମଦର୍ସ ପବ୍ଲିକ ସ୍କୁଲ ୩୦-୧୨ ପଏଣ୍ଟରେ ସେଣ୍ଟ ଜୋସେଫ ସ୍କୁଲକୁ ପରାସ୍ତ କରିଥିଲା।ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ଅନନ୍ୟା ମହାନ୍ତି ୧୦, ଅନ୍ଵେଷା ଦାସ ୮ ପଏଣ୍ଟ ସ୍କୋର କରିଥିବାବେଳେ ସେଣ୍ଟ ଯୋଶେଫ ପକ୍ଷରୁ ପ୍ରଜ୍ଞାଶ୍ରୀ ୯ ପଏଣ୍ଟ ସ୍କୋର କରିଥିଲେ । ଦ୍ଵିତୀୟ ସେମିଫାଇନାଲରେ କିସ୍ ୪୦-୧୦ରେ ବିଜେଇଏମ୍ ସ୍କୁଲକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ।
କିସ୍ ପକ୍ଷରୁ ସଞ୍ଜିଲା କୁଜୁର ୨୦, ସରିତା ସିଂହ ଓ ମମତା ପୂଜାରୀ ୬ ପଏଣ୍ଟ ହାସଲ କରିଥିଲେ । ସେହିପରି ବାଳକ ବିଭାଗ ପ୍ରଥମ ସେମି ଫାଇନାଲରେ ମଦର୍ସ ପବ୍ଲିକ ସ୍କୁଲକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି । ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ଶଶାଙ୍କ ଶେଖର ୧୯, କୁନାଲ ସାହା ୧୪ ପଏଣ୍ଟ କରିଥିଲେ। ଓଡିଏମ୍ ପକ୍ଷରୁ ପ୍ରୀତିକାନ୍ତ ୯ ପଏଣ୍ଟ କରିଥିଲେ। ଦ୍ଵିତୀୟ ସେମିଫାଇନାଲରେ ଭେଙ୍କଟେଶ୍ଵର ସ୍କୁଲ ୬୦-୪୨ରେ ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।
ଭେଙ୍କଟେଶ୍ଵର ସ୍କୁଲ ପକ୍ଷରୁ ଓମ୍ ସ୍ଥିତପ୍ରଜ୍ଞ ୨୯ ଓ ୟୁନିଟ୍-୧ ପକ୍ଷରୁ ଦିନେଶ ୨୭ ପଏଣ୍ଟ କରିଥିଲେ । ମଦର୍ସ ପବ୍ଲିକ ସ୍କୁଲ ୭୭-୪୫ରେ କିଟ୍କୁ ଓ ୟୁନିଟ-୧ ଉଚ୍ଚ ବିଦ୍ୟାଳୟ ୫୪-୨୨ରେ ସହିଦନଗର ଉଚ୍ଚ ବିଦ୍ୟାଳୟକୁ, ଭେଙ୍କଟେଶ୍ଵର ୫୩-୩୭ରେ ପୋଖରୀପୁଟ୍ ଡିଏଭି ସ୍କୁଲକୁ ଓ ଓଡିଏମ୍ ୬୩-୫୯ରେ ଟାଇମସ ଗୁରୁକୁଲକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲେ।