ପ୍ରବଳ ବର୍ଷାରେ ବେହାଲ ହେଲା କର୍ଣ୍ଣାଟକ, କଲେଜ ସ୍କୁଲ ଛୁଟି ଘୋଷଣା

ଗୋଟିଏ ପଟେ ତାତିରେ ସିଝୁଛନ୍ତି ଦେଶବାସୀ ଅନ୍ୟପଟେ ଆସାମ ପରେ ପ୍ରବଳ ବର୍ଷାରେ ବେହାଲ ହେଲା କର୍ଣ୍ଣାଟକ।

(କର୍ଣ୍ଣାଟକ) : ଗୋଟିଏ ପଟେ ତାତିରେ ସିଝୁଛନ୍ତି ଦେଶବାସୀ ଅନ୍ୟପଟେ ଆସାମ ପରେ ପ୍ରବଳ ବର୍ଷାରେ ବେହାଲ ହେଲା କର୍ଣ୍ଣାଟକ। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ବସରାଜ ବୋମ୍ମାଇ ବେଙ୍ଗାଲୁରୁରେ ଜଲ ମଗ୍ନ ଅଞ୍ଚଳର ସ୍ଥିତି ସମିକ୍ଷା କରିଛନ୍ତି।

କଲେଜ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ବୋମ୍ମାଇ ରାଜଧାନୀ ବେଙ୍ଗାଲୁରୁ କିଛି ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ ଅଧିକାରୀମାନଙ୍କୁ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ , ବେଙ୍ଗାଲୁରୁ ସମେତ ରାଜ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅତି ପ୍ରବଳ ବର୍ଷା ଲାଗିରହିଛି ହେଉଛି। ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି। ଶନିବାର ବେଳକୁ ବର୍ଷା କମିବାର ଶମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଅନ୍ୟପଟେ ଆସାମରେ ବନ୍ୟା ସବୁ ଧୂଳିସାଦ କରିଦେଇଛି । ରାଜ୍ୟରେ ଆସିଥିବା ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପ୍ରାକୃତି ବିପର୍ଯ୍ୟୟ ଯୋଗୁ ୨୬ ଜିଲ୍ଲାର ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।