ଯୌନ ଶୋଷଣ ଅଭିଯୋଗରେ ଜେଲ ଗଲା ସ୍ୱାମୀ

ନୂଆଦିଲ୍ଲୀ : ଜଣେ ଲୋକର ଗୋଟାଏ କିମ୍ବା ଦୁଇଟି ପତ୍ନୀ ଥିବା କଥା ଆପଣ ଶୁଣିଥିବେ। ହେଲେ ଏଠି ଗୋଟିଏ କି ଦୁଇଟି ନୁହେଁ ବରଂ ଜଣେ ବ୍ୟକ୍ତିଙ୍କର ରହିଛି ୭୮ ପତ୍ନୀ । କେବଳ ଏତିକି ନୁହେଁ ସେହି ପତ୍ନୀଙ୍କ ମଧ୍ୟରୁ ୧୨ ବର୍ଷୀୟା ନାବାଳିକା ମଧ୍ୟ ରହିଛନ୍ତି। ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଆଜ୍ଞା ହଁ ଏପରିକି ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ବ୍ୟକ୍ତି ଜଣକ ଏବେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ଏହି ୭୮ ରାଣୀଙ୍କ ରାଜା ହେଉଛନ୍ତି ୬୬ ବର୍ଷିଅ ୱାରେନ୍‌ ଜେଫ୍‌ସ।

ଏବେ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ସେହି ବ୍ୟକ୍ତିଙ୍କ ନାଁରେ ନେଟ୍‌ଫ୍ଲିକ୍ସରେ ଏକ ଡକ୍ୟୁମେଣ୍ଟାରି ରିଲିଜ୍‌ ବ୍ୟବସ୍ଥା କରାଯାଉଛି। ଯେଉଁଥିରେ ତାଙ୍କର ସବୁ କଳାକାରନାମାର ଖୁଲାସା କରାଯିବ। ଏମିତି ବି ଦିନ ଥିଲା ଯେବେ ସେ ଭବିଷ୍ୟବାଣୀ କରୁଥିଲେ । ଏପରିକି ତାଙ୍କୁ ଲୋକେ ଦେବଦୂତ ବୋଲି ମାନୁଥିଲେ। ନବେ ଦଶକ‌ରେ ତାଙ୍କୁ ପ୍ରାୟ ୧୦ ହଜାର ଲୋକ ଅନୁସରଣ କରୁଥିଲେ ।

ୱାରେନ୍‌ ନିଜକୁ ଈଶ୍ବରଙ୍କ ଭକ୍ତ ବୋଲି କହୁଥିଲେ। ହେଲେ ନିଜ ପାଖରେ ପ୍ରାୟ ୫୦୦ ମହିଳା ଓ ଶିଶୁଙ୍କୁ ରଖିଥିଲେ । ସେମାନଙ୍କ ମଧ୍ୟରୁ ସେ ଅନେକଙ୍କୁ ବିବାହ କରିଥିଲେ । ତା ମଧ୍ୟରୁ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବି ବିବାହ କରିିଥିଲେ। ଆଉ ଏହି ବିବାହକୁ ସେ ‘ଆଧ୍ୟାତ୍କିକ ବିବାହ’ ବୋଲି କହୁଥିଲେ । ସେ ଅନେକ ନାବାଳିକା ଯୌନ ଶୋଷଣ କରିଥିବା ଅଭିଯୋଗ ରହିଛି।