ନୂଆଦିଲ୍ଲୀ: ଆଇନ୍ରେ ପରିଣତ ହେଲା ୱାକଫ୍ ବିଲ୍ । ସଂସଦର ଉଭୟ ଗୃହରେ ୱାକଫ୍ (ସଂଶୋଧନ) ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ବିଲ୍ଟି ଆଇନରେ ପରିଣତ ହୋଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କେବଳ ବିଜ୍ଞପ୍ତି ପ୍ରକାଶ ପାଇବା ବାକି ରହିଛି।
ସୂଚନା ଅନୁଯାୟୀ , ପୂର୍ବରୁ ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଲୋକସଭାରେ ବିଲ୍ ସପକ୍ଷରେ ୨୨୮ଟି ଭୋଟ୍ ପଡ଼ିଥିଲା ବେଳେ ଏହା ବିରୋଧରେ ୨୩୨ଟି ଭୋଟ୍ ପଡ଼ିଥିଲା । ଅନ୍ୟପଟେ ରାଜ୍ୟସଭାରେ ୧୨୮ ଜଣ ସାଂସଦ ୱାକଫ୍ ବିଲ୍କୁ ସମର୍ଥନ କରିଥିଲେ । ୯୫ ଜଣ ବିରୋଧ କରିଥିଲେ । ଅନ୍ୟପଟେ ଏହି ନୂଆ ଆଇନକୁ କଂଗ୍ରେସ ସମେତ କିଛି ଦଳ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ରିଥିବା ବେଳେ ବିଭିନ୍ନ ରାଜ୍ୟରେ ମୁସଲିମ ସଂଗଠନ ମାନେ ବିରୋଧ ଜାରି ରଖିଛନ୍ତି । ନୂଆ ଆଇନ ଦ୍ବାରା ୱକଫରେ ପକ୍ଷପାତିତା, ୱକଫ ସମ୍ପତ୍ତିର ଅପବ୍ୟବହାର ଓ ଜବରଦଖଲକୁ ରୋକିବା ସମ୍ଭବ ହୋଇପାରିବ ବୋଲି ସରକାର ଯୁକ୍ତି ବାଢିଛନ୍ତି।