ବ୍ୟୁରୋ: ଏବେ ଚୀନର ନୂଆ ବୈଦେଶିକ ମନ୍ତ୍ରୀ ହେଲେ ୱାଙ୍ଗ ୟି । ଚିନର ବୈଦେଶିକ ମନ୍ତ୍ରୀ କ୍ୱିନ ଗାଙ୍ଗଙ୍କ ସ୍ଥାନରେ ୱାଙ୍ଗ୍ ୟିଙ୍କୁ ଦେଶର ନୂଆ ବୈଦେଶିକ ମନ୍ତ୍ରୀ ରୂପେ ନିଯୁକ୍ତି କରାଯାଇଛି ।
ସୂଚନା ଅନୁଯାୟୀ , ପୂର୍ବତନ ବୈଦେଶିକ ମନ୍ତ୍ରୀ ଗାଙ୍ଗ ଦୀର୍ଘ ଏକ ମାସ ହେବ ସର୍ବ ସାଧାରଣରେ ଦେଖା ପଯିବାରୁ ୟି’ଙ୍କୁ ନୂଆ ବୈଦେଶିକ ମନ୍ତ୍ରୀ ଭାବରେ ଘୋଷଣା କରାଯାଇଥିବା କୁହାଯାଉଛି । ଗତ ଡିସେମ୍ବର ମାସରେ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା କ୍ୱାନ ଗାଙ୍ଗ ଜୁନ ୨୫ ତାରିଖ ଠାରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା କୁହାଯାଉଛି ।