ଦେଶର ପ୍ରମୁଖ ଚା କମ୍ପାନୀ ୱାଗ ବକରୀର ସିଇଓ ପରାଗ ଦେଶାଇଙ୍କ ପରଲୋକ ହୋଇଛି ।ବୁଲା କୁକୁର କାମୁଡିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଏ ନେଇ କମ୍ପାନୀ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛି ।
ଖବର ମୁତାବକ, ଅକ୍ଟୋବର ୧୫ ତାରିଖରେ ଇସ୍କନ ଅମ୍ବାଲୀ ରୋଡରେ ନିଜ ଘର ପାଖରେ ଚାଲୁଥିବା ବେଳେ ପରାଗଙ୍କୁ କିଛି ବୁଲା କୁକୁର ଭୁକିଥିଲେ । ଆଉ ବୁଲା କୁକୁର ଆକ୍ରମଣ କରିବା ଯୋଗୁଁ ତଳେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବ୍ରେନ ହାମରେଜ ହୋଇଥିବା ଡାକ୍ତର କହିଥିଲେ । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଉ ଗତକାଲି ରାତିରେ ତାଙ୍କ ପରଲୋକ ହୋଇଥିବା ଖବର ମିଳିଛି ।
ପରାଗ ଓ୍ଵାଘ ବକରୀ ଚା’ ସହିତ ୧୯୯୫ରେ ସାମିଲ ହୋଇଥିଲେ । ସେତେବେଳେ କମ୍ପାନୀର କାରବାର ୧୦୦ କୋଟିର ଥିଲା । ପରାଗ ଦେଶାଇ ବାଘ ବକରୀ ଚା’ ବୋର୍ଡର ଦୁଇଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଥିଲେ । ଦଳର ବିକ୍ରୟ, ମାର୍କେଟିଂ ଏବଂ ରପ୍ତାନି ବିଭାଗର ମୁଖ୍ୟ ଥିଲେ ପରାଗ ।