ମିଜୋରାମ:ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ତେବେ ମୋଟ ୧୨୭୬ଟି ମତଦାନ କେନ୍ଦ୍ରରେ ମିଜୋରାମର ୮,୫୧,୮୯୫ ଜଣ ଭୋଟର ମତ ଦାନ କରୁଛନ୍ତି । ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ଦିନ ୧ଟା ସୁଦ୍ଧା ୫୨.୭୩ ପ୍ରତିଶତ ମତଦାନ ହୋଇଛି। ତେବେ ଏହି ନିର୍ବାଚନରେ ମୋଟ ୪୦ ଟି ଆସନ ପାଇଁ ଲଢୁଥିବା ୧୭୪ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଯେଉଁଥିରେ କି ୧୬ ଜଣ ମହିଳା ପ୍ରାର୍ଥୀ ଥିବା କୁହାଯାଉଛି । ତେବେ ରାଜ୍ୟରେ ଆଠ ଲକ୍ଷରର ଅଧିକ ଭୋଟର ତାଙ୍କର ମତ ଦେଇ ନିଜ ପାଇଁ ନେତା ଚୟନ କରୁଛନ୍ତି ।