ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲାର ତିନୋଟି ଏନଏସି ରହିଛି। ତେବେ ଏହି ୩ଟି ଏନଏସି ଯଥା- କୋଣାର୍କ, ନିମାପଡା ଓ ପିପିଲି ଏନଏସିରେ ସୁରୁଖୁରରେ ହୋଇଛି ପୌର ନିର୍ବାଚନ ନେଇ ମତଦାନ । ତେବେ ମତଦାନ ନିମନ୍ତେ ମହିଳା ଭୋଟରଙ୍କୁ ଉତ୍ସାହିତ କରାଯିବା ପାଇଁ ପିଙ୍କ ବୁଥ ଓ ମଡେଲ ବୁଥ ବ୍ୟବସ୍ଥା କରାଯାଇଥିଲା । ତେବେ ମତଦାନ କେନ୍ଦ୍ରର ଏହି ବୁଥରେ ପିଙ୍କ କଲର କପଡା ସହ ବେଲୁନ ଲଗା ଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ପିଙ୍କ ବୁଥରେ କେବଳ ମହିଳା ଭୋଟର ପ୍ରାର୍ଥୀମାନେ ହିଁ ଭୋଟ ଦେଇଛନ୍ତି । ସେହିପରି ଭୋଟକେନ୍ଦ୍ରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ସେଲ୍ଫି ପଏଣ୍ଟ ମଧ୍ୟ କରାଯାଇଛି । ମହିଳା ଭୋଟର ମାନେ ଭୋଟ ଦେଲା ପରେ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇଥିବା ନଜର ଆସିଥିଲେ। ସେପଟେ କୋଣାର୍କରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ।ଭୋଟ ବ୍ୟବସ୍ଥା ସୁରୁଖୁରରେ ସମାପନ ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଥିଲା । ଯେଉଁଠି ଇଭିଏମ ତ୍ରୁଟି ରହିଛି ସେଠାରେ ଇଭିଏମ ବ୍ୟବସ୍ଥାକୁ ଠିକ କରାଯାଇ ଥିବା କହିଛନ୍ତି କୋଣାର୍କର ଅତିରିକ୍ତ ତହସିଲଦାର । କୋଣାର୍କ ଏନଏସିର ୧୩ ନମ୍ବର ୱାର୍ଡରେ ମତଦାନ ହେଉଥିବା ବେଳେ ପ୍ରାୟ ୧୨ ହଜାର ୧୬୧ ଜଣ ଭୋଟର ମତଦାନ କରିଥିବା ସୂଚନା ମିଳିଛି ।