ଭୁବନେଶ୍ବର : ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ ଆସନ ଲାଗି ମତଦାନ ହେଉଛି । ସେହିଭଳି ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା ପାଇଁ ଆଜି ମତଦାନ ହେଉଛି । ତାମିଲନାଡୁର ସମସ୍ତ ୩୯ ଲୋକସଭା ଆସନରେ ଭୋଟିଂ ଆରମ୍ଭ ହୋଇଛି । ୧୬ କୋଟିରୁ ଅଧିକ ଭୋଟର ପ୍ରଥମ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ । ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଦେବେ ମତଦାତା । ଆସନ୍ତା ଜୁନ ୪ରେ ପ୍ରକାଶ ପାଇବ ନିର୍ବାଚନ ଫଳ । ସୂଚନା ଅନୁଯାୟୀ, ପଥମ ପର୍ଯ୍ୟାୟରେ ୧୬ କୋଟି ୬୩ ଏକ୍ଷ ଭୋଟରଙ୍କ ମଧ୍ୟରୁ ୮.୪ କୋଟି ଓ ୮.୨୩ କୋଟି ମହିଳା ଅଛନ୍ତି । ସେହିପରି ୩୫.୬୭ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ଏଥିରୁ ୧୮ ଲକ୍ଷ ଭୋଟର ପୋଲିଂ କର୍ମଚାରୀ ଭାବେ ନିଯୁକ୍ତ ହୋଇଛନ୍ତି । ୨୦ ରୁ ୨୯ ବର୍ଷ ବୟସ୍କ ମତଦାତା ୩.୫୧ କୋଟଇ ଭୋଟର ରହିଛନ୍ତି । ସେମାନଙ୍କ ପାଇଁ ୧.୮୭ ଲକ୍ଷ ପୋଲିଂ ଷ୍ଟେସନ ତିଆରି ହୋଇଛି । ୧୦୨ ଲୋକସଭା ଆସନରେ ହେବାକୁ ଥିବା ମତଦାନରେ ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଛି ।