ସଚ୍ଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି !

ମୁମ୍ବାଇ: ସଚ୍ଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି । ଆଗକୁ ଆସୁଛି ଟି-୨୦ ବିଶ୍ୱକପ୍ ୨୦୨୨ । ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ । ସୂଚନାମୁତାବକ, ରୋହିତ ଶର୍ମା ଏବଂ ବିରାଟ କୋହଲି ଦୁଇଜଣଙ୍କୁ ଏହି ମ୍ୟାଚରେ ଦେଖିବାକୁ ମିଳିବ । ଚଳିତ ଥର ରୋହିତ ଶର୍ମା ଟି-୨୦ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଅଧିନାୟକ ଭୂମିକାରେ ନଜର ଆସିବେ ।

ତେବେ ସଚିନ୍ଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ବିରାଟ । ସଚିନ୍ ୨୩ ଥର ୫୦ ରୁ ଅଧିକ ରନ୍ ସଗ୍ରଂହ କରିବାରେ ସକ୍ଷମ ହୋଇଥିଲେ । ସଚିନ୍ଙ୍କ ଏହି ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ବିରାଟ କୋହଲି । ବିରାଟ ମଧ୍ୟ ୨୩ ଥରରେ ୫୦ ରୁ ଅଧିକ ରନ୍ ବନାଇ ସାରିଲେଣି । ଯଦି ବର୍ତମାନ ଆଉ ଗୋଟିଏ ଥର ୫୦ ରୁ ଅଧିକ ରନ୍ କରିଲେ, ତେବେ ବିରାଟ ସଚ୍ଚିନଙ୍କ ରେକର୍ଡ ଭାଙ୍ଗିବାରେ ସଫଳ ହେବେ । ସୂଚନାଥାଉକି, ଏହି ରନ୍ ବନାଇବାରେ ଟି-୨୦ବିଶ୍ୱକପ୍, ଦିନିକିଆ ବିଶ୍ୱକପ୍ ଏବଂ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଇତ୍ୟାଦି ଅନ୍ତର୍ଭୁକ୍ତ ।