ହରିୟାଣା: ସୁନାକୁ ପଛରେ ପକାଇଲା ସାମାନ୍ଯ ନମ୍ବର ପ୍ଲେଟ୍। VIP ନମ୍ବର ପ୍ଲେଟରେ ପ୍ରକୃତ ଦାମ ଜାଣିଲେ ଆପଣ ବି ଚକିତ ହୋଇଯିବେ। ହରିୟାଣାର ଏକ ଭିଆଇପି ନମ୍ବର ପ୍ଲେଟର ଦାମ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏପରିକି ଏହାକୁ ଦେଢ କୋଟିରୁ ଅଧିକ ଟଙ୍କା ଦେଇ କିଣାଯିବ ବୋଲି କୁହାଯାଉଥିଲା। ମାତ୍ର କିଣିବା ପାଇଁ ଡିଲ ଫାଇନାଲ ହୋଇଥିବା ଲୋକ ଜଣକ ଟଙ୍କା ଉଚ୍ଚିତ ସମୟରେ ଦେଇ ପାରିନାହାନ୍ତି। ଏଣୁ ପୁଣି ୟୁନିକ ନମ୍ବର ପ୍ଲେଟଟି ପରିବହନ ବିଭାଗ ପାଖକୁ ଚାଲିଯାଇଛି। ତେବେ କଣ ଥିବା ପ୍ରକୃତ ଘଟଣା ଆସନ୍ତୁ ଜାଣିବା। ନିୟମ ଅନୁଯାୟୀ, ବିଜେତାଙ୍କୁ ଶେଷ ତାରିଖ ଅର୍ଥାତ ଆଜି ଦିନ 12 ଟା ସୁଦ୍ଧା ସମ୍ପୂର୍ଣ୍ଣ ଟଙ୍କା ଜମା କରିବାକୁ କୁହାଯାଇଥିଲା ମାତ୍ର ସୁଧୀର କୁମାର ତାହା କରିବାରେ ବିଫଳ ହୋଇଥିଲେ। ସୁଧୀର କୁମାର ବୁଝାଇଥିଲେ ଯେ ସେ ଶନିବାର ରାତିରେ ଦୁଇଥର ଟଙ୍କା ଜମା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୋର୍ଟାଲରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପେମେଣ୍ଟ ହୋଇପାରିଲା ନାହିଁ। ଏହା ବ୍ୟତୀତ, ସେ ସ୍ପଷ୍ଟ ଭାବରେ କହିଥିଲେ ଯେ “ପରିବାରର ବୟସ୍କମାନେ ଏହି ନିଷ୍ପତ୍ତି ବିରୁଦ୍ଧରେ ଅଛନ୍ତି; ସେମାନେ ବିଶ୍ୱାସ କରନ୍ତି ଯେ ଗୋଟିଏ ନମ୍ବର ପ୍ଲେଟରେ ଏତେ ବଡ଼ ଟଙ୍କା ଖର୍ଚ୍ଚ କରିବା ଅନୁଚିତ୍।”

RTO ଅଧିକାରୀଙ୍କ ଅନୁଯାୟୀ, ଏହି ନିଲାମ ନୋଏଡାରେ ଏକ ଯାନ ନମ୍ବର ପାଇଁ ଏପର୍ଯ୍ୟନ୍ତ ସର୍ବାଧିକ ପରିମାଣର ନିଲାମ। ଏହା RTO ବିଭାଗର ରାଜସ୍ୱକୁ ମଧ୍ୟ ଯଥେଷ୍ଟ ବୃଦ୍ଧି କରିଛି ଏବଂ ଭବିଷ୍ୟତର ନିଲାମ ପାଇଁ ସାଧାରଣ ଲୋକଙ୍କ କ୍ରେଜ୍ ଆହୁରି ବୃଦ୍ଧି କରିଛି। ‘HR88B8888’ ନମ୍ବରଟି ସ୍ୱତନ୍ତ୍ର କାରଣ ଯଦି ଆପଣ ଏଥିରେ ଥିବା ‘B’କୁ ଭଲଭାବେ ଦେଖନ୍ତି, ତେବେ ଏହା ‘8’ ପରି ଦେଖାଯାଏ। ଏହି ନମ୍ବର ପ୍ଲେଟକୁ ରୋମୁଲସ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ସୁଧୀର କୁମାର ଏକ ଗାଡ଼ିରେ ଲଗାଇବା ପାଇଁ 1.17 କୋଟି ଟଙ୍କା ଡିଲରେ କିଣିବା ପାଇଁ ରାଜି ହୋଇଥିଲେ। ମୂଳ ମୂଲ୍ୟ ମାତ୍ର 50,000 ଟଙ୍କା ଥିଲା, କିନ୍ତୁ ପରେ ଏହା ବଢି ଏକ କୋଟି ଟପିଗଲା। ସୁଧୀର କୁମାରଙ୍କ ଏହି ପ୍ଲେଟକୁ କିଣିବେ ନାହିଁ ଏଣୁ ପରିବହନ ବିଭାଗ ‘HR88B8888’ ନମ୍ବର ପ୍ଲେଟକୁ ପୁଣି ନିଲାମ ପାଇଁ ରଖିବ। ଆଶା କରାଯାଉଛି ଯେ ପରବର୍ତ୍ତୀ କ୍ରେତା ପୂର୍ବରୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଚୁକ୍ତି ସିଲ୍ କରିବେ, ନଚେତ୍ କୋଟି କୋଟି ଟଙ୍କାର ନିଲାମ ପୁଣି ଥରେ ଅଟକିଯିବବୋଲି ଲୋକମାନେ ଆଶା ପ୍ରକାଶ କରିଛନ୍ତି।