ଗିରଫ ହେଲେ ବିକାଶ ରାଣା

ଧରାପଡିଲା ଗ୍ୟାସ୍ ସିଲିଣ୍ଡର ଚୋର । ଗିରଫ ହେଲା ଅଭିଯୁକ୍ତ ବିକାଶ କୁମାର ରାଣ ଓରଫ କପିଳା । ସୂଚନା ଅନୁଶାରେ ଗତ ୧୮ ତାରିଖରେ ପ୍ରାୟ ସକାଳ ୮ଟା ସମୟରେ, ଅଭିଯୋଗକାରୀ ଅଖିଳନାଥ ମହାରଣା, ଜଣେ ଗ୍ରାହକଙ୍କୁ ଗ୍ୟାସ୍ ସିଲିଣ୍ଡର ଡେଲିଭରି କରିବାକୁ ଯାଇଥିଲେ । ଏବଂ  ସି.ଆର.ପି ପ୍ରିୟଦର୍ଶିନୀ ମାର୍କେଟ ନିକଟରେ ତାଙ୍କ ଅଟୋକୁ ପାର୍କ କରିଥିଲେ। କାରଣ ପେଷାରେ ଅଖିଳନାଥ ଜଣେ ଏଚ୍.ପି ଗ୍ୟାସ ସିଲିଣ୍ଡରର ଡେଲିଭରି ଏଜେଣ୍ଟ ଭାବରେ କାମ କରନ୍ତି । ସିଲିଣ୍ଡର ଯୋଗାଇବା ପାଇଁ ଯେତେବେଳେ ସେ ବାହାରକୁ ଯାଇଥିଲେ, ଏହାର ଫାଇଦା ନେଇଥିଲା ଅଭିଯୁକ୍ତ ବିକାଶ କୁମାର ରାଣା । ଆଉ ଅଟକିଥିବା ଗାଡ଼ିରୁ ଦୁଇଟି ଫୁଲ ଲୋଡ୍ ହୋଇଥିବା ଏଚ୍.ପି ଗ୍ୟାସ ସିଲିଣ୍ଡର ଚୋରି କରି ନେଇଯାଇଥିଲେ। ଫେରିବା ପରେ, ଅଭିଯୋଗକାରୀ ୨ଟି ସିଲିଣ୍ଡର ହଜିଯାଇଥିବାର ଦେଖି ଥିଲେ । ଏବଂ ସ୍ଥାନୀୟ ଲୋକମାନେ ତାଙ୍କୁ ଅଭିଯୁକ୍ତ କପିଳା ଚୋରି କରିଥିବା ନେଇ ସୂଚନା ଦେଇଥିଲେ।

ଏନେଇ ଅଖିଳନାଥ ମହାରଣାଙ୍କ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା। ଆଉ ଆଜି ସକାଳ ପ୍ରାୟ ୯ଟା ସମୟରେ, ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତଙ୍କୁ ତ୍ରିନାଥ ବସ୍ତି ନିକଟରେ ଦୁଇଟି ଏଚ୍.ପି ଗ୍ୟାସ ସିଲିଣ୍ଡର ବିକ୍ରୟ କରିବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ୍ ଗିରଫ କରିବାରେ ସଫଳ ହୋଇଥିଲା । ଏହାପରେ ପଚରାଉଚରା ସମୟରେ, ଅଭିଯୋଗକାରୀଙ୍କ ଅଟୋରୁ ସିଲିଣ୍ଡର ଚୋରି କରିଥିବା ନେଇ ଅପରାଧ ନିଜେ ସ୍ଵୀକାର କରିଥିଲେ ।