ଜଳ ଯୋଗାଣ ବିଭାଗର ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ରେଡ

ଭୁବନେଶ୍ୱର: ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ରେଡ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ଚଢ଼ାଉ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଳ ଯୋଗାଣ ବିଭାଗର ଅତିରିକ୍ତ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଭିଜିଲାନ୍ସ ବିଭାଗ କିଶୋରଙ୍କ ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ତିନି ମହଲା ବିଶିଷ୍ଟ ବାସଭବନ ସମେତ ସରକାରୀ କାର୍ୟ୍ୟାଳୟ ଓ ନର୍ଲା ଥାନା ବାଲବାସପୁରରେ ଥିବା ପୈତୃକ ଘରେ ଚଢ଼ଉ କରୁଛି ଭିଜିଲାନ୍ସ। ଚଢ଼ାଉ ବେଳେ ବିଭିନ୍ନ ବ୍ୟାଙ୍କରେ କିଶୋରଙ୍କର ୧କୋଟି ୮୦ଲକ୍ଷ ଟଙ୍କା ଡିପୋଜିଟ୍ ଥିବା ଜଣାପଡ଼ିଛି। । ରେଡ୍ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ୍ ଏବଂ ପୁଳା ପୁଳା ଟଙ୍କା ଭିଜିଲାନ୍ସ ଜବତ କରିଛି । ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟରେ କ୍ଷମତା ବଳରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି ୪ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ ଚାଲିଛି।