ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର…

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ାଜିଲ୍ଲା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁଙ୍କ ସରକାରୀ ବାସଭବନ ଓ ଅଫିସରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଅନେକ ଦିନ ଧରି ଭିଜିଲାନ୍ସ ସ୍କାନରରେ ରହିଥିଲେ ପରେଷ୍ଟ ରେଞ୍ଜର ଅଧିକାରୀ । ଆଜି ଭୋର୍ ପ୍ରାୟ ୪ଟା ସମୟରୁ ଚଢ଼ାଉ ଆରମ୍ଭ ହୋଇଥିବା ଜଣାପଡ଼ିଛି ଓ ଏକାସାଙ୍ଗେ ୯ ଟି ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ରହିଛି। ଜୟପୁର ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରୁଥିବା ବେ‌ଳେ ସମ୍ପତ୍ତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ ଓ ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି । ଜୟପୁର ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରୁଥିବା ବେ‌ଳେ ସମ୍ପତ୍ତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ ଓ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।