ବିମାନରେ ଲାଗିଲା ନିଆଁ ,ଅଳ୍ପକେ ବର୍ତିଲେ ୧୨୬ ଯାତ୍ରୀ
ମିୟାମୀ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରରୁ ୧୨୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନର ଲ୍ୟାଣ୍ଡିଂ ଗିୟର ଭାଙ୍ଗିଯିବା ପରେ ସମ୍ପୂର୍ଣ୍ଣ ବିମାନରେ ନିଆଁ ଲାଗିଯାଇଛି ।
(ଦିଲ୍ଲୀ) : ବିମାନରେ ଲାଗିଲା ନିଆଁ । ମିୟାମୀ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରରୁ ୧୨୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନର ଲ୍ୟାଣ୍ଡିଂ ଗିୟର ଭାଙ୍ଗିଯିବା ପରେ ସମ୍ପୂର୍ଣ୍ଣ ବିମାନରେ ନିଆଁ ଲାଗିଯାଇଛି । ଫଳରେ ଏହି ଅଗ୍ନିକାଣ୍ଡରେ ତିନିଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଅଗ୍ନିଶମ ଅଧିକାରୀମାନେ ନିଆଁ ଲିଭାଇବାକୁ ବିମାନରେ ଶ୍ବେତ ରାସାୟନିକ ଧୁଆଁ ପ୍ରୟୋଗ କରିଥିଲେ। ଏହି ଭିଡିଓରେ ନିଆଁ ଭିତରେ ଲୋକମାନେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ତଥାପି ଅଗ୍ନିଶମ ଅଧିକାରୀ ମାନଙ୍କର ପ୍ରଚେଷ୍ଟା ଯୋଗୁ ନିଆଁକୁ ଆୟତ୍ତ କରାଯାଇଥିଲା।
ସୂଚନାନୁଯାୟୀ , ବିମାନଟି ସନ୍ଧ୍ୟା ସାଢ଼େ ୫ଟା ବେଳକୁ ଉଡ଼ାଣ ଭରିବାକୁ ଯାଉଥିବା ବେଳେ ଡ୍ରାଇଭରଙ୍କ ଅନ୍ୟମନସ୍କତା ହେତୁ, ଲ୍ୟାଣ୍ଡି ଗିୟରରେ ନିଆଁ ଲାଗି ଯାଇଥିବା କହିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ। କେବଳ ଏତିକି ନୁହେଁ, ରନଓ୍ବେରେ ବିମାନର ଲ୍ୟାଣ୍ଡିଂ ଗିୟର ଭାଙ୍ଗିଯିବା ପରେ ବିମାନଟି ରନଓ୍ବେର ବାହାରକୁ ବାହାରିଯାଇଥିବା ବେଳେ କିଛି ଟାଓ୍ବାର ଓ କ୍ରେନରେ ମାଡ଼ ହୋଇଥିଲା। ହଠାତ୍ ବିମାନରେ ନିଆଁ ଲାଗିଯିବା ପରେ ଲୋକମାନେ ବାହାରକୁ ବାହାରିଯାଇଥିଲା। ତେବେ ବିମାନବନ୍ଦର କର୍ମଚାରୀଙ୍କର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁ ପାଖାପାଖି ସମସ୍ତ ଯାତ୍ରୀ ବଞ୍ଚିଯାଇଥିଲେ।