ବୈଶାଳୀଙ୍କୁ ବ୍ଲାକମେଲିଙ୍ଗି କରୁଥିଲା ରାହୁଲ

ସାମ୍ନାକୁ ଆସିଲା ଆତ୍ମହତ୍ୟା ପୂର୍ବର ଚିଠି ।

  • ସାମ୍ନାକୁ ଆସିଲା ବୈଶାଳୀଙ୍କ ସୁଇସାଇଡ୍ ନୋଟ୍ ।
  • ବୟଫ୍ରେଣ୍ଡ ଦେଉଥିଲା ମାନସିକ ନିର୍ଯାତନା
  • ବୟଫ୍ରେଣ୍ଡ ରାହୁଲକୁ କଠୋର ଶାସ୍ତି ଦେବାକୁ ଅନୁରୋଧ କରିଛନ୍ତି ବୈଶାଳୀ ।

ମୁମ୍ବାଇ: କିଛି ଦିନ ପୂର୍ବରୁ ଟେଲି ଅଭିନେତ୍ରୀ ବୈଶାଳୀ ଆତ୍ମହତ୍ୟା କରିଥିଲେ । ଅଭିନେତ୍ରୀଙ୍କ ଆତ୍ମହତ୍ୟା  ତାଙ୍କ ପ୍ରଶଂସକଙ୍କୁ ଚକିତ କରିଥିଲା । ତେବେ ଘଟଣା ସ୍ଥଳରୁ ଏକ ଚିଠି ଜବତ କରାଯାଇଥିଲା । ସେହି ଚିଠିରେ ଅଭିନେତ୍ରୀ ତାଙ୍କ ପୂବର୍ତନ ବୟଫ୍ରେଣ୍ଡ ତାଙ୍କୁ ମାନସିକ ଯନ୍ତ୍ରଣା ସହ ଧମକ ଦେଉଥିବାର ଉଲ୍ଲେଖ କରିଛନ୍ତି ।

ରାହୁଲ ଏବଂ ତାଙ୍କ ପରିବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ସୁଇସାଇଡ ନୋଟ୍ରେ ଲେଖିଛନ୍ତି ବୈଶାଳୀ । ଏହା ବୈାଶାଳୀ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ରହୁଲକୁ ଉଚିତ ଦଣ୍ଡ ନ ମିଳେ ତେବେ ତାଙ୍କର ଆତ୍ମା କେବେବି ଶାନ୍ତି ପାଇବନି । ତେବେ ଦେଖିବା ବାକି ରହିଲା କେବେ ମିଳିବ ବୈଶାଳୀଙ୍କୁ ନ୍ୟାୟ ।