୪ ଦିନ ପରେ ଉଦ୍ଧାର ହୋଇପାରିଲେନି ଶ୍ରମିକ

ଡେରାଡୁନ : ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ ଗତ ରବିବାର ଭୁଶୁଡି ପଡିଥିବା ଏକ ନିର୍ମାଣାଧିନ ଟନେଲ ମଧ୍ୟରୁ ଶ୍ରମିକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇକାରିଲା ନାହିଁ । ଏହି ଘଟଣାକୁ ୪ଦିନ ପୁରିଥିଲେ ହେଁ ସମସ୍ତ ଉଦ୍ୟମ ସତ୍ତେ୍ୱ ମଧ୍ୟ ୪୦ ଶ୍ରମିକଙ୍କୁ ଉଦ୍ଧାର କରିପାରି ନଥିଲେ । ଏହାମଧ୍ୟରେ ସଂପୃକ୍ତ ଅଞ୍ଚଳରେ ବୁଧବାର ପୁଣିଥରେ ଭୂସ୍ଖଳନ ହୋଇଥିବାର ସୂଚନା ମିଳିଛି। ଯାହାକୁ ନେଇ ଶ୍ରମିକମାନଙ୍କୁ ଟନେଲ ମଧ୍ୟରୁ ବାହାର କରିବା କଷ୍ଟସାଧ୍ୟ ହୋଇପଡ଼ିଛି ବୋଲି କୁହାଯାଇଛି। ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଦ୍ବାରା ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଦ୍ବାରା କରାଯାଉଥିଲା।

ତେବେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କ ସ୍ଥିତି କ’ଣ ରହିଛି ସେ ସମ୍ପର୍କରେ ଏହି କମ୍ପାନୀ କିଛି ସ୍ପଷ୍ଟ କରିନାହିଁ। ତେବେଳ ଷ୍ଟିଲ ପାଇପ ସହାୟତାରେ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ବୁଧବାର ଉଦ୍ୟମ କରାଯାଇଥିଲା ବେଳେ ଏହାକୁ ବିରୋଧ କରି ଶ୍ରମିକମାନଙ୍କ ପରିବାର ପକ୍ଷରୁ ଘଟଣାସ୍ଥଳରେ ବିକ୍ଷୋଭ କରାଯାଇଛି। ତେବେଳ ଷ୍ଟିଲ ପାଇପ ସହାୟତାରେ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ବୁଧବାର ଉଦ୍ୟମ କରାଯାଇଥିଲା ବେଳେ ଏହାକୁ ବିରୋଧ କରି ଶ୍ରମିକମାନଙ୍କ ପରିବାର ପକ୍ଷରୁ ଘଟଣାସ୍ଥଳରେ ବିକ୍ଷୋଭ କରାଯାଇଛି। ସେମାନଙ୍କ ସ୍ଥିତି ସମ୍ପର୍କରେ କିଛି ସ୍ପଷ୍ଟ କରାଯାଉ ନଥିବାରୁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିଛି। ଶ୍ରମିକମାନଙ୍କୁ ପାଇପ ଯୋଗେ ଅମ୍ଳଜାନ ଏବଂ ପାଣି ଯୋଗାଇ ଦିଆଯାଉଛି ବୋଲି ଯାହା କୁହାଯାଉଛି ତାହାକୁ ନେଇ ମଧ୍ୟ ଶ୍ରମିକମାନଙ୍କ ପରିବାର ସଦସ୍ୟମାନେ ସନ୍ଦେହ ପ୍ରକଟ କରିଛନ୍ତି।