ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ଡାଉନ୍, ୟୁଜର୍ସ ହନ୍ତସନ୍ତ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ଡାଉନ୍। ହୋଇପାରୁନାହିଁ ଅପଲୋଡ୍ ଓ ପୋଷ୍ଟିଂ। ଏହି ଡାଉନ ଲଗ୍ ଇନ୍ କରିବା, ନୂତନ ପୋଷ୍ଟ ଲୋଡ୍ କରିବା ଏବଂ ଆପ୍ ଏବଂ ୱେବସାଇଟ୍ ଉଭୟକୁ ଆକ୍ସେସ୍ କରିବା ଭଳି ମୁଖ୍ୟ କାର୍ଯ୍ୟକୁ ପ୍ରଭାବିତ କରିଛି।ଏନେଇ ସାରା ଭାରତରେ ବ୍ୟବହାରକାରୀଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହା କ୍ଲାଉଡଫ୍ଲେୟାରରେ (Cloudflare) ଏକ ବୈଷୟିକ ତ୍ରୁଟି ଯୋଗୁଁ ୱେବର କିଛି ଅଂଶ କାମ କରିବା ବନ୍ଦ ହୋଇଥିବା ଜଣାପଡ଼ିଛି। କ୍ଲାଉଡଫ୍ଲେୟାର ମଧ୍ଯ ଏହି ସମସ୍ୟାକୁ ସ୍ୱୀକାର କରିଛି।କମ୍ପାନୀ ଏକ ନୂତନ ଅପଡେଟରେ କହିଛି ଯେ, କ୍ଲାଉଡଫ୍ଲେୟାର ଏକ ସମସ୍ୟା ବିଷୟରେ ଅବଗତ ଅଛି ଏବଂ ଏହାର ଅନୁସନ୍ଧାନ କରୁଛି, ଯାହା ବହୁ ସଂଖ୍ୟକ ଗ୍ରାହକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ଅଧିକ ତଥ୍ୟ ଉପଲବ୍ଧ ହେଲେ ଅଧିକ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି।