ଚାଟଜିପିଟି ଆପ୍ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ

ଚାଟଜିପିଟି ସାରା ବିଶ୍ୱରେ ଡାଉନ୍ ହୋଇଛି । କିଛି ଘଣ୍ଟା ଧରି ଉପଭୋକ୍ତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଚାଟ୍ଜିପିଟି ଲଗ୍ ଇନ୍ ଏବଂ ସେଥିରେ ଘିବ୍ଲି ସୃଷ୍ଟି କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ । ଡାଉନ୍ଡିଟେକ୍ଟର ରିପୋର୍ଟ ମୁତାବକ, ୮୪ ପ୍ରତିଶତ ଉପଭୋକ୍ତା ଚାଟଜିପିଟି ଚଲାଇବାରେ ଅସୁବିଧା ଭୋଗ କରିଥିବା ବେଳେ ୧୨ ପ୍ରତିଶତ ଲୋକ ଆପ୍ ଉପରେ କାମ କରିବାରେ ସମସ୍ୟାର ପଡିଛନ୍ତି । ଏହା ସହ ଅନେକ ଲୋକ ଅଭିଯୋଗ କରିଛନ୍ତି ଯେ ସେମାନେ ପ୍ଲାଟଫର୍ମରେ ଘିବ୍ଲି ଇମେଜ୍ ଜେନେରେଟ୍ କରିପାରୁନାହାଁନ୍ତି ।
କେବଳ ChatGPT ନୁହେଁ Sora ଏବଂ OpenAI ର ଟେକ୍ସଟ୍ ଟୁ ଭିଡିଓ ଜେନେରେସନ୍ ପ୍ଲାଟଫର୍ମ ସର୍ଭର ଡାଉନ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ତିନୋଟି ଆପ୍ ଲଗ୍ ଇନ୍ କରିବାରେ ଉପଭୋକ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ସମସ୍ୟା ଭୋଗୁଛନ୍ତି ୟୁଜର୍ସ – ଅନେକ ଲୋକ ଚାଟଜିପିଟି ରେ ପ୍ରଶ୍ନ ପଚାରୁଛନ୍ତି ହେଲେ ଉତ୍ତର ବଦଳରେ କେବଳ ଲୋଡିଙ୍ଗ୍ ସୋ କରୁଛି । ନଚେତ୍ ନେଟ୍ୱର୍କ ସ୍ଲୋ ଥିବା ଦେଖାଉଛି । ଡାଉନଡିଟେକ୍ଟରରେ ଏପରି ଅନେକ ଅଭିଯେ୍ଧଜ୍ଞ କରିଛନ୍ତି ଉପଭୋକ୍ତା ।
ଭାରତ, ଆମେରିକା, ୟୁରୋପ ସମେତ ଜାପାନ ଭଳି ଦେଶରେ ସର୍ବାଧିକ ସମସ୍ୟାର ରିପୋର୍ଟ କରିଛନ୍ତି ୟୁଜର୍ସ । ଚାଟଜିପିଟି ର ୱେବସାଇଟ୍ ଆକ୍ସେସ୍ କରିବା ସମୟରେ ଗେଟୱେ ତ୍ରୁଟି ଅନେକ ଥର ଆସୁଛି । କିଛି ଉପଭୋକ୍ତା ଖାଲି ସ୍କ୍ରିନ୍ କିମ୍ବା ସମୟ ସମାପ୍ତିର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।