(ମୁମ୍ବାଇ) : ପୁଣି କଣ୍ଟ୍ରଭର୍ସି ଆରମ୍ଭ ହୋଇଛି ଶୋ’ ବିଗ୍ ବସ୍ । ଆରମ୍ଭ ନ ହେଉଣୁ ଏବେ ବିଗ୍ ବସ୍-୧୫କୁ ବୟକଟ କରିବାକୁ ଦାବି ହେଉଥିବା ନଜର ଆସିଛି । ଆଜିଠାରୁ ବିଗ୍ ବସ୍-୧୫ ଆରମ୍ଭ ହେବ। ଆଜି ଶୋ’ର ପ୍ରିମିୟର ନାଇଟ୍ ରହିଛି। ତେବେ ଏହା ପୂର୍ବରୁ ବିଗ୍ ବସ୍-୧୫କୁ ବୟକଟ୍ କରିବା ପାଇଁ ଦାବି ଉଠିଛି। ଅନେକ ୟୁଜର୍ସ ସୋଶାଲ ମିଡିଆରେ ଏହାକୁ ବୟକଟ କରିବା ପାଇଁ କହିଛନ୍ତି। ଏଥିସହ ସୋଶାଲ ମିଡିଆରେ #Boycott Big Boss-15 ଟ୍ରେଣ୍ଡ କରୁଛି।
ସୂଚନାନୁଯାୟୀ , ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କାରଣ ଦେଖାଇ ଏହାକୁ ବୟକଟ କରିବାକୁ କିଛି ୟୁଜର୍ସ ଦାବି ଉଠାଇଛନ୍ତି। ସେହିପରି ଆଉ କେତେଜଣ ଭିନ୍ନ ଭିନ୍ନ କାରଣ ଦେଖାଇଛନ୍ତି। ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବିଗ୍ ବସ୍ ଏଣ୍ଟ୍ରିକୁ ନେଇ ମଧ୍ୟ କିଛି ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି। ସେପଟେ ନାଁ ନ ନେଇ ସଲମାନ ଖାନ୍ଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଶୋ’ର ହୋଷ୍ଟ କ୍ରିମିନାଲ ହୋଇଥିବା ବେଳେ ଏଥର ପ୍ରତିଯୋଗୀ ମଧ୍ୟ କ୍ରିମିନାଲ। ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ମିଳୁ।’ ସେହିପରି ଆଉ ଜଣେ ଲେଖିଛନ୍ତି, ‘ବିଗ୍ ବସ୍ ଏବଂ ପୂରା ବଲିଉଡକୁ ପୂର୍ବରୁ ଆମେ ବୟକଟ କରିଛୁ। ଏବେ ପୁଣିଥରେ ଆସନ୍ତୁ ବଲିଉଡ ଏବଂ ଏହି ବୟସ୍କ ଆଙ୍କରଙ୍କୁ ନିଜ ଶକ୍ତି ଦେଖାଇବା। ସତ୍ୟାଗ୍ରହ ଫର୍ ସୁଶାନ୍ତ।’