ISIS ବିରୋଧରେ ଆମେରିକାର ଆକ୍ସନ

ଆକ୍ସନ ମୋଡରେ ଆମେରିକା । ISIS ଆତଙ୍କବାଦୀଙ୍କ ବିରୋଧରେ ଆମେରିକାର ଆକ୍ସନ୍ । ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଗତ ମାସରେ ଆମେରିକାର ତିନି ଜଣ ନାଗରିକଙ୍କୁ ହତ୍ୟା ପରେ, ଗତକାଲି ସିରିୟାରେ ୟୁ.ଏସ ଏହି ଅପରେସନ କରିଛି ୟୁ.ଏସ ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ଶନିବାର ଦିନ୧୨ଟା୩୦ରେ ସିରିୟାରେ ବାୟୁ ସେନା ଏୟାର ଷ୍ଟ୍ରାଇକ୍ କରିଛି । ଅନ୍ୟ ସହଯୋଗୀ ଦେଶ ସହ ମିଳିତ ଭାବେ ଅପରେସନ୍ ସଫଳ ହୋଇଛି । ଆତଙ୍କବାଦୀଙ୍କ ଏକାଧିକ ଆଡ୍ଡା ଉପରେ ବୋମା ବର୍ଷଣ ହୋଇଥିଲା । ଯେଉଁଥିରେ ଅନେକ ISIS ଆତଙ୍କୀ ନିହତ ହୋଇଛନ୍ତି ।