ମୁମ୍ବାଇ:ଉର୍ଫି ଜାଭେଦ ଆପଣମାମନେ ଅଳ୍ପେବହୁତେ ଏହି ନାଈଟିକୁ ଶୁଣିଥିବେ । ଉର୍ଫି ନିଜର ଏକ ଅଲଗା ପରିଚୟ ସୃଷ୍ଟିକରିଛନ୍ତି ଯାହାକି ହେଉଛି ଅତରଙ୍ଗି ଡ୍ରେସ ପିନ୍ଧିବାକୁ ନେଇ । ସେ କେତେବେଳେ ଅଖାରେ ଆଉଟଫିଟ ପିନ୍ଧି ଚର୍ଚ୍ଚାର ପରିସରକୁ ଆସିଛନ୍ତି ତ ଆଉ କେତେବେଳେ ସେଫ୍ଟିପିନ ଓ କାଚକୁ ପିନ୍ଧି ।ହେଲେ ସେ ଏବେ ଯେଉଁ ଡ୍ରେସ ପିନ୍ଧିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଓ ଡର ମଧ୍ୟ ଲାଗିବ ।
ସେ ଏବେ ବ୍ଲେଡରେ ନିଜ ଡ୍ରେସକୁ ତିଆରି କରି ପିନ୍ଧିଛନ୍ତି ।ଆଉ ଏହି ଫଟୋ ଆଉ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁ ବ୍ଲେଡରେ ପୁଅମାନେ ନିଜ ଦାଢି କାଟିଥାନ୍ତି ଉର୍ଫି ସେହି ବ୍ଲେଡରେ ଏକ ଡ୍ରେସ ତିଆରି କରିଛନ୍ତି । ସୋସିଆଲ ସାଇଟରେ ସର୍ବଦା ଆକ୍ଟିଭ ରହୁଥିବା ଉର୍ଫି ଏହି ବ୍ଲେଡ ତିଆରି ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେହିପରି ଏହାକୁ ନେଇ ଉର୍ଫି କହିଛନ୍ତି ପାଖକୁ ଆସନ୍ତୁ ନାହିଁ ନହେଲେ କଟି ଯିବେ ।ତେବେତାଙ୍କ ଫ୍ୟାନମାନେ ଏପରି ଆଇଡିଆ କିପରି ମୁଣ୍ଡକୁ ଆସୁଛି ବୋଲି ପ୍ରଶ୍ନ କରିଛନ୍ତି ।ସେ ବହୁତ ସମୟରେ ମଧ୍ୟ ଟ୍ରୋଲର ଶିକାର ହୁଅନ୍ତି ।କିଛିଦିନ ତଳେଉର୍ଫି ଜାଭେଦ ଏକ ଅଖାକୁ କ୍ୟାଚ କରି ସଙ୍ଗେ ସଙ୍ଗେ ଡ୍ରେସ କରି ପିନ୍ଧିଥିଲେ।
ଅଖାରେ ନିଜର ଗ୍ଲାମରର୍ସ ଅନ୍ଦାଜ ଦେଖାଇଥିଲେ । ଅଖାରେ ଏକ ଟପ୍ ଏବଂ ସ୍କର୍ଟ ତିଆରି କରି ପିନ୍ଧିଥିଲେ।ଏହି ଭିଡିଓକୁ ସେୟାର କରି ଉର୍ଫି ଲେଖିଥିଲେ, ଅଖା କି ଡ୍ରେସ ? କ’ଣ ଏଇଟା, ଏହାକୁ ତିଆରି କରିବାକୁ ମାତ୍ର ୧୦ ମିନିଟ ଲାଗିଲା। ଉର୍ଫିଙ୍କର ଏପରି ଅଜିବ ଅନ୍ଧାଜକୁ ନେଇ ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରୁଥିବା ସହ ଅନେକ ତାଙ୍କୁ ୟୁନିକ ଷ୍ଟାଇଲିଷ୍ଟ ମଧ୍ୟ କୁହନ୍ତି ।