ପୁଣି ହଟହଟା ହେଲେ ଉର୍ଫି

ନିଜର ସ୍ୱତନ୍ତ୍ର  ପୋଷାକକୁ ନେଇ ଚର୍ଚ୍ଚାରେ ଉର୍ଫି ଜାଭେଦ୍‌

(ମୁମ୍ବାଇ) : ନିଜର ସ୍ୱତନ୍ତ୍ର  ପୋଷାକକୁ ନେଇ ଚର୍ଚ୍ଚାରେ ଉର୍ଫି ଜାଭେଦ୍‌ । କିଛି ଜଣ ଏହାକୁ ପସନ୍ଦ କରୁଥିବା ବେଳେ କିଛି ଜଣ ଏହାକୁ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି  ଫ୍ୟାସନ୍‌ କୁଇନ୍‌ ଉର୍ଫିଙ୍କୁ ସୋସିଆଲ୍‌ ମିଡିଆରେ ସେନ୍‌ସେସନ୍‌ ପାଲଟିବା ପଡିଲା ମହଙ୍ଗା । କଥାଟି ହେଉଛି ପୋଷାକ ହେତୁ ରେଷ୍ଟୁରାଣ୍ଟରେ ମନା । ତେବେ ତାଙ୍କୁ ଏଣ୍ଟ୍ରି ନମିଳିବା ପରେ ଚିହିକି ଉଠିଛନ୍ତି ଉର୍ଫି ।

 

ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରେଷ୍ଟୁରାଣ୍ଟରେ ସମସ୍ତ ଟେବୁଲ୍‌ ବୁକ୍‌ ଥିବା ନେଇ ମ୍ୟାନେଜର୍‌ ଉର୍ଫିଙ୍କୁ କହିବା ପରେ ଆରମ୍ଭ ହେଉଛି ଯୁକ୍ତିତର୍କ । ଭିଡିଓରେ  ଉର୍ଫି କହୁଛନ୍ତି ଯେ, ‘ତମେ ମୋ ନାଁ ଜାଣିଛ । ମୁଁ ହେଉଛି ଉର୍ଫି ଜାଭେଦ୍‌  ମୁଁ ଯେଉଁଠିକି ବି ଯାଏ ସେଠି ଜାଗା ଆପେ ଆପେ ତିଆରି ହୋଇଯାଏ । ଆପଣ ସିଟ୍‌ ନଥିବା ନାଟକ କରୁଛନ୍ତି, ବାସ୍ତବରେ ମୋ ପୋଷାକ ପାଇଁ ଆପଣ ଏଣ୍ଟ୍ରି ଦେଉନାହାନ୍ତି । ଇଏ ହେଉଛନ୍ତି ଉର୍ଫି ହେଟର୍‌.

ବିଗ୍ ବସ୍ OTT ପ୍ଲାଟଫର୍ମକୁ ଆସିବା ପରେ ଉର୍ଫି ଜାଭେଦ୍ ଚର୍ଚ୍ଚାକୁ ଆସିଥିଲେ  ଏହାପୂର୍ବରୁ, ଉର୍ଫି ଅନେକ ଟିଭି ଶୋ’ରେ ଅଭିନୟ କରିଥିଲେ । ସେ ‘ବଡେ ଭୟା କି ଦୁଲହନିଆ’ରେ ଅବନୀଙ୍କ ଭୂମିକାରେ ଅଭିନୟ ପାଇଁ ବେଶ୍‌ ଜଣାଶୁଣା ।