ଉତ୍ତରପ୍ରଦେଶ ଆଲିଗଡର ବହୁ ଚର୍ଚ୍ଚିତ ଶାଶୂ ଓ ଜ୍ୱାଇଁ ଘଟଣା । ଯେଉଁ ପୁଅ ସହିତ ନିଜ ଝିଅର ବାହାଘର ଠିକ କରିଥିଲେ ମା’ । ଶେଷରେ ତା ସହିତ ଫେରାର ମାରିଛନ୍ତି । ଆଲିଗଡ ମାଡ୍ରାକ ଥାନା ଅଞ୍ଚଳର ଏହି ଘଟଣା ବର୍ତ୍ଥମାନ ସମସ୍ତଙ୍କ ମୁହଁରେ । କାରଣ ଶାଶୁ ସପନା ଏବଂ ଜ୍ୱାଇଁ ରାହୁଲ ପରସ୍ପର ଏବେ ଏକାଠି ବଞ୍ଚିବା ଓ ମରିବାକୁ ଶପଥ ନେଇଛନ୍ତି । ସେପଟେ ସ୍ୱାମୀ ଓ ଝିଅ ଯେତେ ବୁଝାଇଲେ ବି ବୁଝୁ ନାହାନ୍ତି ସପନା । କୁହାଯାଉଥିଲା ଯେ ସ୍ୱାମୀଙ୍କ ଅତ୍ୟାଚାର ପାଇଁ ଶାଶୂ ନିଜ ଜ୍ୱାଇଁ ସହ ଫେରାର ହୋଇଥିଲେ ।

ସେପଟେ କହୁଛନ୍ତି ଯେ ସେ ଏବେ ଜ୍ୱାଇଁ ରାହୁଲଙ୍କର । ଦୁହେଁ ଖୁବ ଜଲ୍ଦି କୋର୍ଟ ମ୍ୟାରେଜ କରିବେ । ତେଣୁ ସେ ଆଉ ଘରକୁ ଫେରିବେ ନାହିଁ । ହେଲେ ଘଟଣାରେ ଆସିଛି ନୂଆ ମୋଡ । ଏସବୁ ଘଟଣା ପଛରେ ଝିଅ ଦାୟୀ ବୋଲି କହିଛନ୍ତି ସପନା । ଶାଶୂଙ୍କ କହିବା କଥା ହେଲା ସ୍ବାମୀ ତାଙ୍କୁ ପିଟୁ ନଥିଲେ ବରଂ ତାଙ୍କ ଝିଅ ହିଁ ହେଉଛି ସବୁ ଅସୁବିଧାର ମୂଳ କାରଣ । ସେ ପ୍ରଥମେ ତାଙ୍କ ସହ ଖରାପ ବ୍ୟବହାର କରିଥିଲା । ସେ ଯେତେବେଳେ ଜ୍ବାଇଁଙ୍କ ସହ କଥା ହେଉଥିଲେ ସେତେବେଳେ ଝିଅ ତାଙ୍କ ସହ ଖରାପ ଭାଷା କହୁଥିଲା ।

ସେ ଆହୁରୀ କହିଛନ୍ତି ଯେ ମୋ ଝିଅର ଶିବାନୀର ବିବାହ ରାହୁଲ ସହ ଠିକ୍ କରିଥିଲି । କିନ୍ତୁ ସେ ମୋତେ ସନ୍ଦେହ କରିବା ଆରମ୍ଭ କଲା । ରାହୁଲଙ୍କ ସହ କଥା ହେଲାବେଳେ ସେ ମୋତେ ବାଧା ଦେଉଥିଲା । ଯେଉଁ ସମୟରେ କି ରାହୁଲଙ୍କ ସହ ମୋର କୌଣସି ସମ୍ପର୍କ ନଥିଲା । ପରିବାର ସଦସ୍ୟ ଏହାକୁ ଭଲ ଭାବେ ନେଉଥିଲେ । ଝିଅ ପରେ ସ୍ବାମୀ ସବୁ ପ୍ରକାର ସୀମା ଟପି ଯାଇଥିଲେ । ସେ ସବୁଦିନ ମଦ ପିଇ ରାହୁଲଙ୍କ ବିଷୟରେ ମୋତେ ଚିଡାଉଥିଲେ । ସବୁ କଥାରେ ମୋତେ ଦୋଷ ଦେଉଥିଲେ । ଏ ସବୁ କଥାରେ ମୁଁ ବିରକ୍ତ ହୋଇଯାଇଥିଲି । ରାହୁଲ ସବୁ କଥା ବୁଝି ପାରୁଥିଲେ ବୋଲି ମୁଁ ତାଙ୍କୁ ସବୁ କହୁଥିଲି ।

ଶାଶୂ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବାମୀ ମୋତେ ଜ୍ବାଇଁଙ୍କ ସହ ପଳାଇ ଯିବାକୁ ଯେତେବେଳେ କହିଲେ ସେତେବେଳେ ସବୁ ସୀମା ଟପିଗଲା । ଏହାପରେ ଆମେ ଏକାଠି ରହିବାପାଇଁ ନିଷ୍ପତ୍ତି ନେଲୁ । ଏହା ପରେ ଆମେ ଘରୁ ପଳାଇଯାଇ ମୁଜାଫରପୁରରେ ରହିଥିଲୁ । ଏହା ପରେ ବିହାର ନେପାଳ ସୀମାରେ କିଛି ଦିନ ରହିବା ପାରେ ଆମେ ଜାଣିବାକୁ ପାଇଲୁ ଯେ, ପୋଲିସ ଆମକୁ ଖୋଜୁଛି । ଏହା ପରେ ଆମେ ନିଜେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଲୁ ।

ଏବେ ଏ ବିଷୟରେ ଜ୍ବାଇଁ କରିଛନ୍ତି ଯେ, ଆମେ କିଛି ଭୁଲ କରିନାହୁଁ । ତାଙ୍କ ସ୍ବାମୀ ତାଙ୍କୁ ନିର୍ୟାତନା ଦେଉଥିଲେ । ଯଦି ସେ ଚାହାନ୍ତି ତାହାଲେ ମୁଁ ତାଙ୍କୁ ବିବାହ କରିବାକୁ ବି ପ୍ରସ୍ତୁତ । ଏ ନେଇ ଶାଶୂ ବି ବିବାହ କରିବାକୁ ଚାହାନ୍ତି । ତାଙ୍କୁ ଯେତେବେଳେ ଛାଡ଼ପତ୍ର ବିନା ବିବାହ କରିପାରିବେ ନାହିଁ ବୋଲି ପଚରା ଯାଇଥିଲା ସେତେବେଳେ ସେ କହିଥିଲେ ଯେ, ମୁଁ ତାଙ୍କ ସହ ଏହିପରି ରହିବାକୁ ଚାହୁଁଛି ।