ନୂଆଦିଲ୍ଲୀ: ଗତକାଲି ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ କଡା ଶବ୍ଦରେ ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ . ଜୟଶଙ୍କର । ଜାତିସଂଘରେ ପୂର୍ବରୁ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇ ବଦନାମ ହୋଇସାରିଛି । ଏବେ ପୁଣି ଥରେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଟାର୍ଗେଟ କରିଛି ପାକିସ୍ତାନା । ଯାହାର କଡା ଭାଷାରେ ଜବାବ ଦେଇଛି ଭାରତ । ଭାରତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁନଏସି ବା ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନର ଆତଙ୍କବାଦ ସହ ଦୀର୍ଘ ଦିନ ଧରି ରହିଥିବା ସର୍ମ୍ପକ ବିଷୟରେ ସର୍ବସୁମ୍ମୁଖରେ କହିଥିଲେ । ଯେଉଁ ଦେଶ ଅଲ-କାଏଦା ଭଳି ଆତଙ୍କବାଦୀ ସଂଗଠନ ନେତା ଓସାମା ବିନ୍ ଲାଡେନ୍ ପରି ଆତଙ୍କବାଦୀକୁ ସୃଷ୍ଟି କରିଛି । ସେ ଦେଶର ଜାତିସଂଘରେ କୌଣସି ପରାର୍ମଶ ଦେବାର ଯୋଗ୍ୟତା ନାହିଁ ବୋଲି ଏସ୍. ଜୟଶଙ୍କର କହିଛନ୍ତି । ଏଥି ସହ ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ଆତଙ୍କୀ ସଂଗଠନ ଲସ୍କର ଓ ଜୈଶର ସଦସ୍ୟମାନେ ମିଳିତ ଭାବେ ଭାରତର ସଂସଦ ଉପରେ ଆକ୍ରମଣ କରିଥିଲେ । ଏଥିରେ ୯ ଜଣ ପ୍ରାଣ ହରାଇଥିଲେ । ଏହି ପ୍ରସଙ୍ଗ ଜୟଶଙ୍କର ଜାତିସଂଘ ସୁରକ୍ଷା ପରିଷଦରେ ଉଠାଇ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।
ଏଥି ସହ ହାଫିଜ ସୟିଦ, ମହମ୍ମଦ ମାସୁଦ ଆଝାର ପାକିସ୍ତାନରେ ରହି ସାରା ବିଶ୍ୱରେ ଆତଙ୍କବାଦକୁ ବଢାଇବାରେ ସାହାର୍ଯ୍ୟ କରୁଛନ୍ତି ।ଏହି ଦୁଇ ଜଣ ବିଭିନ୍ନ ଆତଙ୍କବାଦୀ ଘଟଣାରେ ସାମିଲି ଥିବାର ଜଣାପଡିଛି । କିନ୍ତୁ ପର୍ଯ୍ୟନ୍ତ ମଧ୍ୟ ହାଫିଜ ସୟିଦ, ମହମ୍ମଦ ମାସୁଦ ଆଝାର ଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦର ଆଖ୍ୟା ଦେବାକୁ ଦାବି ହେବା ସହିତ ବ୍ୟାନ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଜାତିସଂଘରେ ଭିଟୋ ପାୱାର ରଖିଥିବ ଚୀନ୍ ଏହି ଦାବିକୁ ନେଇ ସହମତି ଦେଉନାହିଁ । ଯାହାକୁ ନେଇ ଜାତିସଂଘରେ ଖୁବ୍ ବର୍ଷିଛନ୍ତି ଏସ୍ .ଜୟଶଙ୍କର ।