UNSCରେ ସ୍ଥାୟୀ ସଦସ୍ୟତା ଦାବି କରିବ ଭାରତ, ମିଳିଲା ଉଜବେକିସ୍ତାନର ସମର୍ଥନ

ନୂଆଦିଲ୍ଲୀ ୧।୮: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ସ୍ଥାୟୀ ସଦସ୍ୟତା ନିମନ୍ତେ ଭାରତର ପ୍ରାର୍ଥୀତ୍ୱକୁ ରବିବାର ଉଜବେକିସ୍ତାନ ସମର୍ଥନ କରିଛି। ଜାତି ସଂଘ ଭଳି ବୈଶ୍ୱିକ ଅନୁଷ୍ଠାନରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି ଉଜବେକିସ୍ତାନ। ଜାତି ସଂଘର ବଡ଼ ସଦସ୍ୟଙ୍କ ମଧ୍ୟରେ ଭାରତ ଅନ୍ୟତମ ଓ ଅନେକ ବର୍ଷରୁ ଭୂମିକା ନିର୍ବାହ କରିଆସୁଛି ବୋଲି ଭାରତରେ ଉଜବେକିସ୍ତାନର ରାଷ୍ଟ୍ରଦୂତ ଦିଲସୋଦ ଅଖତବ କହିଛନ୍ତି। ଏଣୁ ଆଗାମୀ ୨ ବର୍ଷରେ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତା ଏକ ମହତ୍ୱପୂର୍ଣ୍ଣ ଘଟଣା ହେବ ବୋଲି ରାଷ୍ଟ୍ରଦୂତ କହିଛନ୍ତି।ଉ inଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ମାସ ଲାଗି ଭାରତ ଜାତି ସଂଘ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ରାଜଦୂତ ଦିଲସୋଦ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଏହା କହିଛନ୍ତି। ୟୁଏନଏସସିରେ ୨ ଅଗଷ୍ଟରୁ ଭାରତ ଅଧିକାରୀକ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବ। ଗତ ଜାନୁୟାରୀ ପହିଲାରୁ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ୨ ବର୍ଷିଆ ଅସ୍ଥାୟୀ ସଦସ୍ୟ ଭାବେ ସାମିଲ ହୋଇଛି। ଏହା ପୂର୍ବରୁ ଭାରତ ଅସ୍ଥାୟୀ ଭାବେ ୟୁଏନଏସସିରେ ୬ଥର ସଦସ୍ୟ ରହିସାରିଛି।