କୋଲକାତା: ଅସୁସ୍ଥ ହେଲେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ । ପଶ୍ଚିମବଙ୍ଗ ସିଲିଗୁଡିରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ବେଳେ ସେ ମଞ୍ଚରେ ଅସୁସ୍ଥ ହୋଇଯାଇଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ । ତାଙ୍କୁ ସିଲିଗୁଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଉତ୍ତର ବଙ୍ଗଳାରେ ୧୨୦୬ କୋଟି ଟଙ୍କାର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ମୂଳଦୁଆ ପକାଇବା ପାଇଁ ଗାଡକରୀ ସିଲିଗୁରିରେ ଥିଲେ । ଉତ୍ତର ବଙ୍ଗଳାର ସିଲିଗୁଡିରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ । ନିତିନ ଗଡକରୀ ଉନ୍ମୋଚନ ଇଭେଣ୍ଟରୁ ଚିତ୍ର ସେୟାର କରିଥିଲେ, ଯେଉଁଠାରେ ସେ ମଞ୍ଚରୁ ଜନତାଙ୍କୁ ଅଭିବାଦନ କରୁଥିବା ଦେଖିବାକୁ ମିଳିଥିଲା ଏବଂ ଟ୍ୱିଟ୍ ମଧ୍ୟ କରି କହିଛନ୍ତି। ସହରର ଉତ୍ତର ଭାଗରେ ଏନଏଚ – ୧୦ ସହିତ ପ୍ରସ୍ତାବିତ ୧୩ କିଲୋମିଟର ଚାରି ଲେନ ବିଶିଷ୍ଟ ରାସ୍ତାର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିବାକୁ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ହଠାତ ତାଙ୍କର ବ୍ଲଡ ସୁଗାର ଲେବଲ କମି ଯାଇଥିବାରୁ ସେ ଅସୁସ୍ଥ ହୋଇଯାଇଥି ଜଣେ ବିଜେପି ନେତା ସୂଚନା ଦେଇଛନ୍ତି ।