ସ୍ତ୍ରୀ ନିର୍ଯାତନା ସହି ନ ପାରି ଟ୍ରେନ୍‌‌ ଆଗକୁ ଡେଇଁଲା ସ୍ୱାମୀ

ବ୍ୟୁରୋ-: ସ୍ତ୍ରୀର ନିର୍ଯାତନା ସହି ନ ପାରି ସ୍ୱାମୀ ଟ୍ରେନ୍‌‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି ।
ଆଜି ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୁଳିସ ଧଉଳି ମୁହଁ ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ଯୁବକ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗାଁର ବୋଲି ଜଣାପଡ଼ିଛି । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରିଥିଲେ ଯୁବକ ।
ମୁଁ ରାମଚନ୍ଦ୍ର ବଡ଼ଜେନା । ମୋ ଘର କୁମ୍ଭାରବସ୍ତ । ମୋ ସ୍ତ୍ରୀ ପାଇଁ ମୁଁ ଆଜି ସୁଇସାଇଡ୍‌ କରୁଛି । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ ।