କେନ୍ଦ୍ର ସରକାରଙ୍କ ବଡ ଆକ୍ସନ, ବ୍ୟାନ ହେଲା ୨୫ଟି ଭିଡିଓ ଓଟିଟି ପ୍ଲାଟ୍‌ଫର୍ମ

ନୂଆଦିଲ୍ଲୀ: ଅଶ୍ଳୀଳ ଆପ୍ ଉପରେ ସରକାରଙ୍କ ବଡ଼ ପ୍ରତିବନ୍ଧକ । ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ୨୫ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର। ULLU, ALTT BALAJI, ଦେଶୀଫ୍ଲିକ୍ସ, ବୁମେକ୍ସ, ନୱରସା ଲାଇଟ୍, ଗୁଲାବ ଆପ୍ ଏବଂ ବିଗ୍ ସଟ୍‌ସ୍ ଭଳି ୨୫ଟି ଆପ୍‌ ଏବଂ ୱେବସାଇଟ୍‌କୁ ବ୍ୟାନ୍ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ନୋଟିଫିକେସନ ଜାରି କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଭାରତରେ ଏହି ୱେବସାଇଟ୍ ଏବଂ ଆପଗୁଡ଼ିକୁ ତୁରନ୍ତ ଅବରୋଧ କରିବାକୁ ଇଣ୍ଟରନେଟ୍ ସେବା ପ୍ରଦାନକାରୀ (ISP)ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛ ।

ସରକାର ଯେଉଁ OTT ଆପ୍ ଏବଂ ସେମାନଙ୍କର ୱେବସାଇଟ୍ଗୁଡ଼ିକୁ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେଥିରେ ବେଆଇନ, ଆପତ୍ତିଜନକ ଏବଂ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରିତ ହେଉଥିଲା । ଯେଉଁକାରଣ ଏହି ୨୫ଟି ଆପ୍ ଏବଂ ଓଟିଟି ପ୍ଲାଟଫର୍ମକୁ ତୁରନ୍ତ ପ୍ରଭାବରୁ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆପ ଗୁଡିକ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୭ ଏବଂ ଧାରା ୬୭A, ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୨୯୪ ଏବଂ ମହିଳାମାନଙ୍କ ଅଶୋଭନୀୟ ପ୍ରତିନିଧିତ୍ୱ (ନିଷେଧ) ଆଇନ, ୧୯୮୬ର ଧାରା ୪ ସମେତ ବିଭିନ୍ନ ଆଇନର ଉଲ୍ଲଂଘନ କରୁଛି।

ତେବେ ବ୍ୟାନ ହୋଇଥିବା ଆପ୍ ଗୁଡିକ ହେଉଛି ALTT, ULLU, Big Shots App, Desiflix, Boomex, Navarasa Lite, Gulab App, Kangan App, Bull App, Jalva App, Wow Entertainment, Look Entertainment, Hitprime, Feneo, ShowX, Sol Talkies, Adda TV, HotX VIP, Hulchul App, MoodX, NeonX VIP, Fugi, Mojflix, Triflicks । ତେବେ କହିରଖୁଛୁ ଯେ, ଏହା ପୂର୍ବରୁ ମଧ୍ୟ ଏହି କାରଣରୁ ୨୦୨୪ ଡିସେମ୍ବର ମାସରେ ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍ କରିଥିଲେ କେନ୍ଦ୍ର ସରକାର ।