ୟୁକ୍ରେନ ଉପରେ ଘନ ଘନ ମିଶାଇଲ ମାଡ କରୁଛି ଋଷ । ଯୁଦ୍ଧର ତୃତୀୟ ଦିନରେ ଋଷର ସୈନ୍ୟମାନେ ଧୀରେ ଧିରେ ଆଗକୁ ବଢିବାରେ ଲାଗିଛନ୍ତି । ୟୁକ୍ରେନ -ଋଷ ର ଯୁଦ୍ଧ ଭିତରେ ବଳିପଡିଯାଇଛନ୍ତି ଭାରତୀୟ ନାଗରିିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଚେଷ୍ଟା ଜାରି ରହିଛି । କିଛି ଦେଶ ମଧ୍ୟ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ହେଲେ ଭାରତ ଦ୍ୱନ୍ଦରେ ରହିଛି । ଧୀରେ ଧୀରେ ୟୁକ୍ରେନ ମାଟିକୁ ଅକ୍ତିଆର କରିବାରେ ଲାଗିଛି । କିନ୍ତୁ ହାର ମାନିବାକୁ ନାର।।ଜ ୟୁକ୍ରେନ । ଯେ ପର୍ଯ୍ୟନ୍ତ ଯୁଦ୍ଧ ଋଷ କରୁଥିବ, ସେ ପର୍ଯ୍ୟନ୍ତ ଯୁଦ୍ଧ ଲଢିବୁ କହିଛି ୟୁକ୍ରେନ । ସେପଟେ ୟୁକ୍ରେନ ମହିଳା ସାଂସଦ ୟୁକ୍ରେନର ସାଂସଦ କରିବା କିରା ରୁଡିିକଙ୍କ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ଟୁଇଟ କରି ଲେଖିଛନ୍ତି, ୟୁକ୍ରେନ ପ୍ରେତ୍ୟକ ପୁରୁଷ ଏବଂ ମହିଳା ଋଷ ଅତ୍ୟାଚାରୀଙ୍କ ଆଗରେ ଅସ୍ତ୍ର ଉଠାଇବାକୁ ପ୍ରସ୍ତୁତ ଅଛନ୍ତି ।
ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନିର୍ଣ୍ଣାୟକ ମୋଡ ନେବାକୁ ଲାଗିଲାଣି । ୟୁକ୍ରେନର ଯୁବପିଢି ଋଷ ସୈନିକ ବିରୋଧରେ ଲଢେଇ କରିବାରେ ଆଗୁଆ ଅଛନ୍ତି । ସେଥମଧ୍ୟରୁ ଜଣେ ଅଛନ୍ତି ୟୁକ୍ରେନ ସାଂସଦ କିରା ରଡିକ୍ । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି , ୟୁକ୍ରେନର ପ୍ରେତ୍ୟକ ପୁରୁଷ ଏବଂ ମହିଳା ଅସ୍ତ୍ରଶସ୍ତ୍ର ଉଠାବାକୁ ଆଗେଇ ଆସ । ଆକ୍ରମଣକାରୀ ଋଷର ସୈନ୍ୟ ବିିରୋଧରେ ଲଢିବାକୁ ପ୍ରସ୍ତୁତ ଅଛନ୍ତି ।