ଗତକାଲି ଭାରତରେ ଅଟକିଥିଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସିଙ୍କ ପତ୍ନୀ

ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକିଙ୍କ ପତ୍ନୀ ରବିବାର ଭାରତରେ ଥିଲେ। ଏକ ଉଚ୍ଚସ୍ତରୀୟ ୟୁକ୍ରେନୀୟ ପ୍ରତିନିଧି ଦଳ ବିମାନ ରବିବାର ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଇନ୍ଧନ ଭର୍ତ୍ତି କରିବା ପାଇଁ ଅଟକିଥିଲା। ବିମାନଟି ଜାପାନର ରାଜଧାନୀ ଟୋକିଓକୁ ଯାଉଥିଲା ଏବଂ ଏଥିରେ ଜେଲେନ୍ସକିଙ୍କ ପତ୍ନୀ ଓଲେନା ଭୋଲୋଡିମିର ଜେଲେନ୍ସକା ଏବଂ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହାଙ୍କ ସମେତ ଅନ୍ୟ ବରିଷ୍ଠ ସଦସ୍ୟ ଥିଲେ।

ବିମାନକୁ ଇନ୍ଧନ ଭରିବା ପାଇଁ ଅନୁରୋଧକୁ ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ ଅନୁମୋଦନ କରିଥିଲା। ଅଗଷ୍ଟ 1 ତାରିଖରେ, ବୈଦେଶିକ ମନ୍ତ୍ରଣାଳୟ ୟୁକ୍ରେନୀୟ ସରକାରଙ୍କ ସଦସ୍ୟମାନଙ୍କୁ ଆବଶ୍ୟକୀୟ ପ୍ରୋଟୋକଲ୍ ପ୍ରଦାନ କରିବାକୁ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋକୁ ନିର୍ଦ୍ଦେଶ ଦେଇଥିଲା। ବିମାନଟି ସକାଳ ପ୍ରାୟ 6:30 ରେ ଜୟପୁରରେ ଅବତରଣ କରିଥିଲା।

ୟୁକ୍ରେନୀୟ ପ୍ରତିନିଧି ଦଳରେ ସମୁଦାୟ ୨୩ ଜଣ ସଦସ୍ୟ ଥିଲେ। ସେମାନେ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ ଏବଂ ବିମାନଟି ଇନ୍ଧନ ଭର୍ତ୍ତି କରିବା ସମୟରେ ଭିଆଇପି ଲାଉଞ୍ଜରେ ଅପେକ୍ଷା କରିଥିଲେ। ରହଣି ସମୟରେ ସେମାନେ ଦିଲ୍ଲୀରେ ଥିବା ୟୁକ୍ରେନୀୟ ଦୂତାବାସର ଅଧିକାରୀମାନଙ୍କୁ ଭେଟିଥିଲେ। ସେମାନଙ୍କୁ ହାଲୁକା ପାନୀୟ ପରିବେଷଣ କରାଯାଇଥିଲା । ପ୍ରାୟ ରାତି 8:15 ରେ ପୁଣି ଥରେ ଯାତ୍ରା ଆରମ୍ଭ କରିଥିଲେ।

ରିପୋର୍ଟ ଅନୁଯାୟୀ, ୟୁକ୍ରେନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଗୁରୁତ୍ୱକୁ ଉଜ୍ଜ୍ୱଳ କରିବା ପାଇଁ ଜାପାନ ଗସ୍ତ କରୁଛନ୍ତି। ଜାପାନରୁ ଫେରିବା ସମୟରେ, ସେମାନଙ୍କର ବିମାନ ମଧ୍ୟ କୋଲକାତାରେ ଅବତରଣ କରିବ ଏବଂ ଇନ୍ଧନ ଭର୍ତ୍ତି କରାଯିବ। ୟୁକ୍ରେନ ସହିତ ଭାରତର ବ୍ୟାପକ ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ଯାହା ସହଯୋଗର ସମସ୍ତ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ।