ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସହ ୧୬ ଜଣକର ମୃତ୍ୟୁ

କିଭ୍: ୟୁକ୍ରେନର ରାଜଧାନୀ କିଭ୍ରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୧୬ ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ, ୟୁକ୍ରେନ ଗୃହମନ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିର୍ସ୍କିଙ୍କ ସହ ୨ଶିଶୁ ଓ ସ୍କୁଲର କିଛି କର୍ମଚାରୀ, ରହିଛନ୍ତି। ତେବେ ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କିଭ୍ର ବାହ୍ୟ ଅଞ୍ଚଳରେ ଥିବା ଛୋଟପିଲାମାନଙ୍କ ଏକ ସ୍କୁଲ ଉପରେ ହେଲିକପ୍ଟରଟି ଖସିପଡ଼ିଛି।