ବଡ ଅଘଟଣ: ଦୟାନଦୀରେ ବୁଡି ଜଣେ ନାବାଳକ ମୃତ, ଜଣେ ନିଖୋଜ

ଭୁବନେଶ୍ବର: ସ୍ଵାଧିନତା ଦିବସରେ ଅଘଟଣ । ଦୟାନଦୀରେ ବୁଡ଼ିଗଲେ ୨ ଛାତ୍ର । ଜଣେ ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ଛାତ୍ର ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି । ୨ ଜଣ ଛାତ୍ର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧାଉଥିବା ବେଳେ ବୁଡ଼ିଯାଇଥିଲେ । ମିଳିଥିବା ସୂଚନା ଅନୁସାରେ, ଆଜି ୪ଜଣ ଛାତ୍ର ସାଙ୍ଗ ଦୟାନଦୀ ନୂଆଗାଁ ଉପରସହି ଘାଟକୁ ଗାଧୋଇବାକୁ ଆସିଥିଲେ। ୩ ଜଣ ନଦୀ ଭିତରକୁ ଯାଇଥିଲେ। ପାଣିର କ୍ଷିପ୍ର ସ୍ରୋତରେ ତିନିଜଣ ଭାସି ଯାଉଥିବା ବେଳେ ଜଣେ ପହଁରି କୂଳକୁ ପଳାଇ ଆସିଥିଲେ। ଅନ୍ୟ ୨ ଜଣ ଭାସି ଯାଇଥିଲେ। ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣେ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ଏବଂ ପୁଲିସ ପହଞ୍ଚି ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି।