ପୁଣି ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ପୁଣି ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ ।

(ଜମ୍ମୁ-କଶ୍ମୀର) : ପୁଣି ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ଶନିବାର ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଏହି ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରିଛି କଶ୍ମୀର ଜୋନ୍ ପୁଲିସ।

ଶୁକ୍ରବାର ଭୋର୍‌ ସମୟରେ ଅଗାଂଜିପୁରା‌ରେ ମିଳିତ ସର୍ଚ ଅପ‌ରେସନ୍‌ ଆରମ୍ଭ ହୋଇଥିଲା। ଏହି ଅପରେସନ୍‌ ପରେ ଏନ୍‌କାଉଣ୍ଟର କରାଯାଇଥିଲା । ତେବେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ନିକଟରେ ଜମ୍ମୁ-କଶ୍ମୀରର ଲୋକପ୍ରିୟ ଟିଭି ଅଭିନେତ୍ରୀ ଅମରୀନ ଭଟଙ୍କ ହତ୍ୟାର ବଦଲା ନେଇଛି ସେନା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଲସ୍କର-ଇ-ତାଏବା ଆତଙ୍କୀ।

ସୂଚନା ଅନୁଯାୟୀ , ଶନିବାର ଅନନ୍ତନାଗର ବିଜବେହାରା ଅଞ୍ଚଳର ଶାଦିପୋରାଠାରେ ଏହି ଏନକାଉଣ୍ଟର ଘଟିଛି । ଅନ୍ୟପକ୍ଷରେ ଗତ ୩ ଦିନରେ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୦ ଆତଙ୍କବାଦୀ ନିପାତ ହୋଇଛନ୍ତି।