ପିକଅପ୍ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ପାଟଣାଗଡ଼/ଜଗନ୍ନାଥ ଧାରୁଆ:ପାଟଣାଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ପାଟଣାଗଡ଼ ବେଲପଡ଼ା ଥାନା ଅନ୍ତର୍ଗତ କପାଣି ଛକରେ ଘଟିଛି ଏଭଳି ଦୁର୍ଘଟଣା । ରାସ୍ତା କଡ଼ରେ ଦୁଇଜଣ ଛିଡା ହୋଇ ଥିବା ସମୟରେ ଏକ ପିକଅପ୍ ଭ୍ୟାନ ଧକାଦେବା ଫଳରେ ଦୁଇଜଣ ଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପରମେଶ୍ବର ଧରୁଆ ଓ କ୍ଷୀରସିନ୍ଧୁ ଶା । ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।