ଅନୁଗୁଳ-: ଅଟୋ ଭଡ଼ାକୁ ନେଇ ତୁମୁଳକାଣ୍ଡ । ଅଟୋ ଡ୍ରାଇଭରଙ୍କ ହାତ ହାଣିଦେଲେ ଦୁଇ ଦୁର୍ବୃତ୍ତ । ଅନୁଗୁଳ ନୂଆ ବସ୍ ଷ୍ଟାଣ୍ଡରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଯୁବକ କାଳିଆ ଗୋଛାୟତଙ୍କ ହାତ ହାଣି ଦେଇଛନ୍ତି ଦୁର୍ବୃତ୍ତ ।
ସୂଚନ ଅନୁସାରେ, ଆଜି ୩ ଜଣ ପାସେଞ୍ଜର ବଅଁରପାଳ ଯିବା ପାଇଁ ଅଟୋ ବୁଝୁ ଥିଲେ । ଅନ୍ୟ ଜଣେ ଅଟୋ ଚାଳକ ୫୦୦ ଟଙ୍କା ନେବାକୁ କହିଥିଲେ । କାଳିଆ କହିଥିଲେ ୪୦୦ ଟଙ୍କା ନେବେ । ଫଳରେ କାଳିଆ ସହ ଅନ୍ୟ ଅଟୋ ଚାଳକ ଯୁକ୍ତିତର୍କ କରିଥିଲେ । ପରେ କାଳିଆ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁଇ ଜଣ ଯୁବକ ଏକ ବାଇକ୍ରେ ଆସି ତାଙ୍କ ଡାହାଣ ହାତକୁ ହାଣି ପଳାଇ ଯାଇଥିଲେ । ଲିଖିତ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।