ଭୁବନେଶ୍ୱର : କୋଲକାତାରେ ଅନୁଷ୍ଠିତ ହେବ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ, ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ । ତେବେ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦଳରେ ରାଜ୍ୟର 2 ଜଣ କ୍ୟାବିନେଟ ମନ୍ତ୍ରୀ ଯୋଗ ଦେବେ, ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବାକୁ ଥିବାବେଳେ ପୂର୍ବାଞ୍ଚଳର ସମସ୍ତ ରାଜ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ବୈଠକରେ ଓଡ଼ିଶା ତା’ ନାର୍ଯ୍ୟ ଦାବି ଦୋହରାଇବ । କୋଇଲା ରୟାଲଟି ସଂଶୋଧନ, ଧାନମଣ୍ଡି ସମସ୍ୟା, ଚାଉଳ ଉଠାଣ, କେନ୍ଦ୍ରୀୟ ଅନୁଦାନ ହ୍ରାସ, ରେଳ ପ୍ରକଳ୍ପ, ଟେଲି ଯୋଗାଯୋଗ, ନକ୍ସଲ ସମସ୍ୟା, ସୀମା ବିବାଦ ଆଦି ପ୍ରସଙ୍ଗ ଓଡ଼ିଶା ଉଠାଇବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ସେ ସାମିଲ ହେଉନାହାନ୍ତି । ତାଙ୍କ ବଦଳରେ ପଞ୍ଚାୟତିରାଜ୍ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବୈଠକରେ ଯୋଗ ଦେବେ । ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ବୈଠକରେ ସାମିଲ ହେବେ ।