ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାହାର୍ଦା ଗ୍ରାମ ରେ ଅଘଟଣ। ଦିନ ଦ୍ୱିପ୍ରହର ରେ ଖେଳୁଥିବା ବେଳେ ନିକଟରେ ଥିବା ଜଳାଶୟରେ ରେ ପଡି ଦୁଇ ଶିଶୁ କନ୍ୟା ମୃତ। ପ୍ରାପ୍ତ ସୂଚନା ମୁତାବକ ଦ୍ୱିପ୍ରହର 1.30 ସମୟରେ ଗ୍ରାମର ଏକ ଜଳାଶୟ ନିକଟରେ ଶେଖ ନିଜମୁଦ୍ଦିନ ଙ୍କ ଛଅ ବର୍ଷ ର ଝିଅ ଶବନା ଖାତୁନ ଏବଂ ଶେଖ ତୈରୁଦ୍ଦିନ ଙ୍କ ଛଅ ବର୍ଷ ର ଝିଅ ରିଜୁଆନା ଖେଳୁ ଥିବା ବେଳେ, ଉକ୍ତ ଖାଲ ରେ ପଡି ଯାଇଥିଲେ। ତେବେ ଏହା ଏକ ପରିତ୍ୟକ୍ତ ଜାଗା ହୋଇ ଥିବାରୁ କୌଣସି ଲୋକ ଉକ୍ତ ସ୍ଥାନ କୁ ନଜର କରିନଥିଲେ। ଦୀର୍ଘ ସମୟ ପରେ ପରିବାର ପକ୍ଷରୁ ପିଲାମାନଙ୍କୁ ଖୋଜା ଖୋଜି କରି ଶେଷରେ ଉକ୍ତ ଖାଲ ରେ ପିଲା ଦ୍ବୟ ଭାସୁଥିବା ଦେଖି ସେମାନଙ୍କୁ ଉଦ୍ଧାର କରାଯାଇ ବସ୍ତା ମେଡିକାଲ କୁ ଆଣିଥିଲେ । ତେବେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳ ରେ ପହଂଚି ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।