ଆଜି ଦିଲ୍ଲୀରେ ଆରମ୍ଭ ହେବ ଉତ୍ତର ପ୍ରଦେଶ ବିଜେପି ସାଂସଦଙ୍କର ବଡ଼ ବୈଠକ

ବୁଧବାର ଦିଲ୍ଲୀରେ ଆରମ୍ଭ ହେବ ଉତ୍ତର ପ୍ରଦେଶ ବିଜେପି ସାଂସଦଙ୍କର ବଡ଼ ବୈଠକ । ଏହି ବୈଠକ ୨ଦିନ ଧରି ( ୨୮ ଓ ୨୯ ଜୁଲାଇ ) ଅନୁଷ୍ଠିତ ହେବ। ୨୮ ତାରିଖରେ ବୃଜ ,

(ଦିଲ୍ଲୀ) : ବୁଧବାର ଦିଲ୍ଲୀରେ ଆରମ୍ଭ ହେବ ଉତ୍ତର ପ୍ରଦେଶ ବିଜେପି ସାଂସଦଙ୍କର ବଡ଼ ବୈଠକ । ଏହି ବୈଠକ ୨ଦିନ ଧରି ( ୨୮ ଓ ୨୯ ଜୁଲାଇ ) ଅନୁଷ୍ଠିତ ହେବ। ୨୮ ତାରିଖରେ ବୃଜ , ପଶ୍ଚିମ ଓ କାନପୁର ଅଞ୍ଚଳର ସାଂସଦଙ୍କର ବୈଠକ ହେବ ଏବଂ ୨୯ ତାରିଖରେ ଅବଧ , କାଶୀ ଓ ଗୋରଖପୁର ଅଞ୍ଚଳର ସାଂସଦଙ୍କର ବୈଠକ ହେବ ।

ସୂଚନାନୁଯାୟୀ , ଉକ୍ତ ବୈଠକରେ ମୁଖ୍ୟମJନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ , ପ୍ରଦେଶ ସଂଗଠନ ମନ୍ତ୍ରୀ ସୁନିଲ୍‌ ବଂଶଲ ଓ ପ୍ରଭାରୀ ରାଧାମୋହନ ସିଂହ ମଧ୍ୟ ଉପସ୍ଥିତ ରହିବେ । ସୂଚନା ଆଧାରରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବୈଠକରେ ସାମିଲ ହୋଇପାରନ୍ତି । କୁହାଯାଉଛି କି ଏହି ବୈଠକରେ ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନର ପ୍ରସ୍ତୁତିକୁ ନେଇ ଆଲୋଚନା ହେବ ।