ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଡବଲ ମର୍ଡର । ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବେଗୁନିଆପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟାର ଶିକାର ହୋଇଛନ୍ତି ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଏବଂ ଅଜୟ ବାରିକ ।
ପୁଣି ଅଶାନ୍ତ ହେଲା ଗଞ୍ଜାମ । ଆଜି ସକାଳେ ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ୨ଟି ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ବେଗୁନିଆପଡ଼ା ପୋଲିସ, ପୁରୁଷୋତ୍ତମପୁର ଏସ୍ଡିପିଓ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ । ଦୁଇ ମୃତକଙ୍କ ପରିଚୟ ମିଳିଥିବା ବେଳେ ସେମାନେ ଦୁଇ ଭାଇ ବୋଲି ଜଣ ପଡିଥିଲା । ତେବେ ୨ ଭାଇଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି । ତେବେ ହତ୍ୟା ପଛର କାରଣ ପୂର୍ବ ଶତ୍ରୁତା ନା ଆଉ କିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।