ବୈାଦ୍ଧରେ ଗଞ୍ଜେଇ ଚାଲାଣରେ ଧରାପଡିଛନ୍ତି ଦୁଇ ବିଜେଡି ନେତା

ବୈାଦ୍ଧରେ ଗଞ୍ଜେଇ ଚାଲାଣରେ ଧରାପଡିଛନ୍ତି ମାଫିଆ । ସେହି ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ରହିଛନ୍ତି ଦୁଇ ବିଜେଡି ନେତା । ସେମାନଙ୍କ ମଧ୍ୟରୁ ଜଣେ ବୌଦ୍ଧ ଜିଲ୍ଲା କଣ୍ଟାମାଳର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ସ୍ୱାମୀ ବିପିନ ପ୍ରଧାନ । ଆଉ ଜଣେ ହେଉଛନ୍ତି ରେଙ୍ଗାଲି ସରପଞ୍ଚଙ୍କ ସ୍ୱାମୀ ପ୍ରମୋଦ ରଣା । ଗଂଜେଇ ଚାଲାଣ ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ। ଉଭୟ ହେଉଛନ୍ତି ପୂର୍ବତନ ବିଜେଡି ବିଧାୟକ ମହୀଧର ରଣାଙ୍କ ଖାସ୍ ଲୋକ । ଉଭୟ ଗିରଫ ହେବା ପରେ ଜୋର ଧରିଛି ରାଜନୀତି । ଗଞ୍ଜେଇ ଚାଲାଣରେ ବୌଦ୍ଧ ଜିଲ୍ଲାରେ ମାଫିଆଙ୍କ ପାର୍ଦୁଭାବ ବଢୁଛି । ପ୍ରତିଦିନ ଗଞ୍ଜେଇ ଚୋରା ଚାଲାଣକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ତେବେ ବିରୋଧୀ ଦଳର ନେତା ଏହି ଚାଲାଣରେ ସମ୍ପୃକ୍ତି ଥିବା ଧରାପଡିବା ପରେ ଜୋର ଧରିଛି ରାଜନିତି ।