ନଏଡା: ମାତ୍ର ୯ ସେକେଣ୍ଡରେ ଧୂଳିସାତ ହୋଇଗଲା ନଏଡାର ଟ୍ୱିନ୍ ଟାୱାର୍ । ଧ୍ୱସ୍ତ ସ୍ତୂପରେ ପରିଣତ ହୋଇଛି ଏହି ୧୦୦ ମିଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଅଟ୍ଟାଳିକା । ନୋଏଡାର ସୁପରଟେକ୍ ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ପାଇଁ ଲଗାଯାଇଛି ୩,୭୦୦ କେଜି ବିସ୍ଫୋରକ। ବିସ୍ଫୋରଣ ପୂର୍ବରୁ ସାଇରନ ବାଜିଥିଲା। ବିସ୍ଫୋରଣ ପରେ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଧୂଳି ଉଠିଥିଲା। ଏଥିରୁ ୯୦୦ରୁ ଅଧିକ ଧ୍ୱଂସାବିଶେଷ ବାହାରିବ। ଯାହାକୁ ସଫା କରିବା ପାଇଁ ପାଖାପାଖି ୩ ମାସ ଲାଗିବ। ଏହି ବିଲ୍ଡି ଭାଙ୍ଗିବା ପାଇଁ ନଏଡା ସେକ୍ଟର ୯୩-ଏ ଅଂଚଳରେ ରହୁଥିବା ପାଖାପାଖି ୭ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।
ଆଜି ସକାଳୁ ଲୋକେ ନିଜ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଟ୍ୱିନ୍ ଟାୱାର୍ ଭାଙ୍ଗିବା ଦ୍ୱାରା ୫୫ ହଜାର ମେଟ୍ରିକ୍ ଟନରୁ ଅଧିକ ଡେବ୍ରିସ୍ ବା କଂକ୍ରିଟ୍ ଆବର୍ଜନା ବାହାରିଛି । ପାହାଡ ଭଳି ଗଦା ହୋଇଛି ଏହି ଆବର୍ଜନା । ଏହି ଆବର୍ଜନାକୁ ହଟାଇବା ପାଇଁ ୩ ମାସ ସମୟ ଲାଗିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କେବଳ ସେତିକି ନୁହେଁ ଚାରିଆଡେ କଂକ୍ରିଟ୍, ସିମେଣ୍ଟ ଧୂଳି ସାରା ପରିବେଶକୁ ପ୍ରଦୂଷିତ କରିଛି । ପ୍ରଦୂଷଣକୁ ଦେଖି ପ୍ରଶାସନ ପକ୍ଷରୁ ପାଣି ସିଞ୍ଚନ କରାଯାଉଛି । କିନ୍ତୁ ଏହାର ବିସ୍ଫୋରଣ ପରେ ଵାୟୁପ୍ରଦୂଷଣ ବଢିବାର ଆମଭାବନା ରହିଛି । ଯାହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଟ୍ଵିନ ଟାଓ୍ଵାର ଭାଙ୍ଗିବା ଖର୍ଚ୍ଚ:
ଟ୍ଵିନ ଟାଓ୍ଵାର ଭାଙ୍ଗିବା ପାଇଁ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚ ଟାଓ୍ଵାର ତିଆରି କରୁଥିବା ସୁପରଟେକ କମ୍ପାନୀ ଦେବ। ଟାଓ୍ଵାର ଭାଙ୍ଗିବା ଦ୍ୱାରା ୩ ହଜାର ଟ୍ରକ ଧ୍ୱଂସବିଶେଷ ମିଳିବ। ଯାହାର ଦାମ୍ ପାଖାପାଖି ୧୩ କୋଟି ଟଙ୍କା। ଏହାକୁ ସଫା କରିବା ପାଇଁ ୩ ମାସ ସମୟ ଲାଗିଲ। ଆଉ ଏଥିରୁ ୪ ହଜାର ଟନ ଷ୍ଟିଲ ବାହାରିବାର ଅନୁମାନ କରାଯାଉଛି। ମିଡିଆ ରିପୋର୍ଟ ମୁତାବକ, ସୁପରଟେକ କମ୍ପାନୀ ୯୫୦ ଫ୍ଲାଟ ତିଆରି କରିଥିବା ଟ୍ଵିନ୍ ଟାଓ୍ଵାର ତିଆରି କରିବା ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଫ୍ଲାଟର ମାର୍କେଟ ଦାମ୍ ୮୦୦ କୋଟି ରହିଛି।