୨୦୨୬ ତାମିଲନାଡ଼ୁ ନିର୍ବାଚନ ପାଇଁ ଟିଭିକେ ଦଳ ଥଲପତି ବିଜୟଙ୍କୁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି

ଚେନ୍ନଇ-: ୨୦୨୬ ତାମିଲନାଡ଼ୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍‌) ଦଳ ବଡ଼ ଘୋଷଣା କରିଛି। ଅଭିନେତା ଥଲପତି ବିଜୟଙ୍କୁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି । ଚେନ୍ନଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍‌ ବିଜୟ ଚନ୍ଦ୍ରଶେଖର ଓରଫ୍‌ ଥଲପତି ବିଜୟଙ୍କୁ ୨୦୨୬ ତାମିଲନାଡ଼ୁ ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଏଥିସହ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଦଳ ଏକାକୀ ଲଢିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ବିଜୟ କହିଛନ୍ତି ଯେ, ୨୦୨୬ ତାମିଲନାଡୁ ନିର୍ବାଚନରେ ତାଙ୍କ ଦଳ ​​ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଡିଏମକେ କିମ୍ବା ବିଜେପି ସହିତ ମେଣ୍ଟ କରିବ ନାହିଁ। ଦଳର ବିଚାରଧାରାର ପ୍ରଚାର ପ୍ରସାର କରିବା ପାଇଁ ଗାଁମାନଙ୍କରେ ସାଧାରଣ ସଭା କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି। ସେ ଏହା ମଧ୍ୟ କହିଛନ୍ତି, ବିଜେପି କେବେବି ତାମିଲନାଡୁରେ ବଢିପାରିବ ନାହିଁ।