
ବଢୁଛି ବିବାଦ । ମୁହାଁ ମୁହିଁ ହେଲେଣି ୨ ଶକ୍ତିଶାଳୀ ଦେଶ, ଋଷ ଓ ଆମେରିକା । ପୁଟ୍ଟିନଙ୍କ ସହଯୋଗୀ ମେଦ୍ ଭେଦଙ୍କ କଥାରେ, ରାଗିଗଲେ ଆମରିକା ରାଷ୍ଟ୍ରପଟି ଡୋନାଲ୍ଡ ଟ୍ରମ୍ପ । ଯାହାପରେ ତୁରନ୍ତ ନିର୍ଦ୍ଦେଶ ଦେଇ, ଋଷ ସୀମାରେ ୨ଟି ପରମାଣୁ ବୁଡା ଜାହାଜ ମୁତୟନ କରିଛନ୍ତି ଟ୍ରମ୍ପ। ସୂଚନା ଅନୁଶାରେ, ଗତ ଜୁଲାଇ ୩୧ତାରିଖରେ ଭାରତ ଓ ଋଷର ଅର୍ଥନୀତିକୁ ଡେଡ୍ ଇକୋନୋମି ବୋଲି କହିଥିଲେ ଟ୍ରମ୍ପ । ଭରତ ଓ ଋଷ ତାଙ୍କର ମୃତ ଅର୍ଥନାତି ବ୍ୟବସ୍ଥାକୁ ନେଇ ମରନ୍ତୁ । ମୋର ଏଥିରେ କିଛି ଯାଏ ଆସେ ନାହିଁ ବୋଲି ଟ୍ରମ୍ପ କହିଥିଲେ । ଯାହାପରେ ଟ୍ରମ୍ପଙ୍କ ଏଭଳି ଷ୍ଟେଟମେଣ୍ଟର ଜବାବ୍ ଦେଇଥିଲେ, ଋଷପ ପୂର୍ବତନ ରଷ୍ଟ୍ରପତି ମେଦ୍ ଭେଦେନ୍ । ଯେଉଁଥିରେ ମେଦ୍ ଭେଦେନ୍ କହିଥିଲେ, ଯେଉଁ ଦେଶଙ୍କୁ ଆମେରିକା ମୃତ ବୋଲି କହୁଛନ୍ତି । ଥରେ ଏହାକୁ ନେଇ ସେ ଭାବିବାର ଆବଶ୍ୟକତା ରହିଛି । ଅନ୍ୟଙ୍କୁ କହିବା ଆଗରୁ ଟ୍ରମ୍ପ ତାଙ୍କ ପସନ୍ଦର ଫିଲ୍ମ, “ୱାକିଙ୍ଗ୍ ଗେଡ୍” କଥା ମନେ ପକାନ୍ତୁ । ଡେଡ୍ ହ୍ୟଣ୍ଡ୍ ଶକ୍ତି କେତେ ଯେ ବିପଜ୍ଜନକ, ତାହ ଟ୍ରମ୍ଫ ଜାଣିନେବା ଉଚିତ୍ । ବାଶ୍ ଏତିକି ମେଦ୍ ଭେଦେନଙ୍କ କଥାରେ, ରାଗି ଯାଇଥିଲେ ଡୋନାଲ୍ଡ ଟ୍ରମ୍ପ । ଆଉ ଋଷ ସୀମାରେ ୨ଟି ପରମାଣୁ ସମ୍ପନ୍ନ ବୁଡାଜାହାଜ ମୁତୟନ କରିଥିଲେ ।

ସେପଟେ ଟ୍ରମ୍ପଙ୍କ ବୁଡା ଜାହାଜ ମୁତୟନ ପରେ, ଋଷ ମଧ୍ୟ କଡା ଚେତାବନୀ ଦେଇଛି । ଋଷର ବରିଷ୍ଠ ସାଂସଦ ଭେଦଲାର ସ୍କାଏ କହିଛନ୍ତି । ଆମେରିକା ତୁଳନାରେ, ଋଷର ପରମାଣୁ ସମ୍ପନ୍ନ ବୁଡା ଜାହାଜ ଯଥେଷ୍ଟ ଅଧିକ । ତେଣୁ ଆମକୁ ଏହାକୁ ନେଇ ଭୟ କିମ୍ବା କୌଣସି ପ୍ରତିକ୍ରିୟା ଦେବାର ଆବଶ୍ୟକ ନାହିଁ । ତେବେ ଏଭଳି ବଢୁଥିବା ଏହି ବିବାଦ । ଆଗକୁ କେଉଁ ରୂପ ନେଉଛି । କେବଳ ତାକୁ ହିଁ ଅପେକ୍ଷା ।