ରଣବୀରଙ୍କ ସହ ବେଲ୍ଡ ସିନ ଦେଇ ଚର୍ଚ୍ଚାରେ ତୃପ୍ତି

ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନିମଲ’ ବକ୍ସ ଅଫିସରେ ଧମାଲ ମଚାଉଛି । ‘ଆନିମଲ’ କଲେକସନ ମଧ୍ୟ ଅନେକଙ୍କ ଫଲ୍ମ ରେକର୍ଡ ଭାଙ୍ଗିଛି । ଏହା ଭିତରେ ରଣବୀର କପୁର ଏବଂ ତୃପ୍ତି ଡିମ୍ରିଙ୍କ ଇନଣ୍ଟିମେଣ୍ଟ ସିନକୁ ନେଇ ଅନେକ ଚର୍ଚ୍ଚା ହୋଇଛି । ଲୋକମାନେ ଉଭୟଙ୍କ ଯୋଡିକୁ ପସନ୍ଦ କରିବା ସହ ତାଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଂଶସା କରୁଛନ୍ତି । ତ୍ରିପ୍ତି ଏବେ ନେସନାଲ କ୍ରସ ହୋଇସାରିଛନ୍ତି ।

ବର୍ତ୍ତମାନ ଆନିମଲ ଅଭିନେତ୍ରୀ ରଣବୀରଙ୍କ ସହ କାମ କରିବାର ଅଭିଜ୍ଞତା ସେୟାର କରିଛନ୍ତି । ଏକ ସାକ୍ଷାତକାର ସମୟରେ ତୃପ୍ତି ରଣବୀରଙ୍କ ବିଷୟରେ କହିଥିଲେ ଯେ ସେ ବହୁତ ଦକ୍ଷ ସହ ବହୁତ ପ୍ରତିଭାଶାଳୀ। ଭଗବାନ୍‌ ତାଙ୍କୁ ବିଶେଷ ଉପହାର ଦେଇଛନ୍ତି। ରଣବୀର ମଧ୍ୟ ତାଙ୍କ କାର୍ଯ୍ୟରେ ଅତ୍ୟନ୍ତ ସଚ୍ଚୋଟ ଅଟନ୍ତି । ମୁଁ ତାଙ୍କ ଚଳଚ୍ଚିତ୍ର ବର୍ଫିକୁ ବହୁତ ପସନ୍ଦ କରେ । ତାଙ୍କ ଅଭିନୟ ଠାରୁ ଆରମ୍ଭ କରି ଡ୍ୟାନ୍ସ କମାଲର କଳାକାର ଅଟନ୍ତି।

ଯେତେବେଳେ ତାଙ୍କୁ ପଚରାଗଲା ସେ ଭବିଷ୍ୟତରେ ରଣବୀର କପୁରଙ୍କ ସହ କାମ କରିବାକୁ ଚାହୁଁଛନ୍ତି କି? ଏହାର ଉତ୍ତରରେ ତୃପ୍ତି କହିଛନ୍ତି, ‘କେଉଁ ଅଭିନେତ୍ରୀ ରଣବୀର କପୁରଙ୍କ ସହ କାମ କରିବାକୁ ଚାହିଁବ ନାହିଁ? ପରଦାରେ ଲୋକମାନେ ଆମର କେମେଷ୍ଟ୍ରିକୁ ଭଲ ପାଉଥିବାରୁ ମୁଁ ବହୁତ ଖୁସି। ଆଶା କରୁଛି ଭବିଷ୍ୟତରେ ମୁଁ ତାଙ୍କ ସହ ଆହୁରି ଚଳଚ୍ଚିତ୍ର କରେ।  ଜୋୟା ଚରିତ୍ରରେ ଅଭିନୟ କରି ଚଳଚ୍ଚିତ୍ର ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ବର୍ତ୍ତମାନ ତାଙ୍କ ହାତରେ ବଡ ବଡ ପ୍ରୋଜେକ୍ଟ ରହିଛି ।