ନୁଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଜବାହାର ସରକାରଙ୍କୁ ଟିଏମସି ରାଜ୍ୟସଭା ପାର୍ଥି ଭାବେ ମନୋନିତ କରିଛନ୍ତି । ପୂର୍ବତନ ଆଇଏସ ଅଫିସର ଜବାହାର ସରକାର ପ୍ରସାର ଭାରତୀ ରେ ସିଇଓ ରହିଆସିଛନ୍ତି । ତୃଣମୁଳ ନିଜର ଟଇଟର ଜରିଆରେ ସୂଚନା ଦେଇ କହିଛନ୍ତି, ୪୨ ବର୍ଷ ଧରି ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରି ଭାବେ ନିଜର ଦାୟିତ୍ୱ ତୁଲାଇବା ସହ ପ୍ରସାର ଭାରତୀରେ ସିଇଓ ରହିଆସିଛନ୍ତି । ଦେଶକୁ ପୁଣିଥରେ ନିଜର ପୂର୍ବପେକ୍ଷା ଅଧିକରୁ ଅଧିକ ସେବା ଯୋଗାଇଦେବେ ବୋଲି କୁହାଯାଇଛି । ଜହାହାର ସରକାର ସାଂସ୍କୁତିକ ସରକାର ଥିବା ବେଳେ ଫେବୃଆରୀରେ ବଜେଟ ଅଧିବେଶନର ମଧ୍ୟ ଭାଗରେ ନାଟକୀୟ ଭାବେ ସେ ତାଙ୍କ ପଦରୁ ଇସ୍ତପା ଦେଇଥିଲେ ।