ଟ୍ରକରେ ଯାତ୍ରା କରି ଡ୍ରାଇଭରଙ୍କ ସମସ୍ୟା ବଝିଲେ ରାହୁଲ ଗାନ୍ଧୀ

ନୁଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ରହୁଲ ଗନ୍ଧୀ । ଏବେ ରାହୁଲଙ୍କୁ ଲୋକଙ୍କ ଗହଣରେ ଅଧିକ ସମୟ ଦେଖିବାକୁ ମିଳୁଛି । ବିଭିନ୍ନ ବର୍ଗର ଲୋକଙ୍କ ସହ ରାହୁଲଙ୍କୁ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି । ଗତ ସୋମବାର ମଧ୍ୟ ରାହୁଲଙ୍କୁ ସେଭଳି କିଛି ଅନ୍ଦାଜରେ ଦେଖିବାକୁ ମିଳିଛି । କର୍ଣ୍ଣାଟକରେ କଂଗ୍ରେସର ଜୋରଦାର ବିଜୟପରେ ସୋମବାର ରାତିରେ ରାହୁଲ ନିଜର ଦାମୀ ଗାଡି ବଦଳରେ ଟ୍ରକରେ ଯାତ୍ରା କରିଥିଲେ ।ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଭିଡିଓରେ ଦେଖିବାକୁ ମିଳିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡାଇଭରଙ୍କ ସହିତ ଏକ ଟ୍ରକରେ ଯାତ୍ରା କରୁଛନ୍ତି । ହରିୟାଣାର ଅମ୍ବାଲାରୁ ଏହି ଭିଡିଓଟି ଆସିଥିବା କୁହାଯାଉଛି । ଙ୍ଗାଲୁରରେ ଡେଲିଭରି ଏଜ୍ଜିକ୍ୟୁଟିଭଙ୍କ ସହ ଯାତ୍ରା କରିବା ପରେ ଏବେ ରାହୁଲ ଅମ୍ବାଲାରେ ଟ୍ରକ ଡ୍ରାଇଭରଙ୍କ ସହ ଯାତ୍ରା କରିଛନ୍ତି । ଏହାକୁ ନେଇ କଂଗ୍ରେସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଟ୍ରକ ଡ୍ରାଇଭରଙ୍କ ସମସ୍ୟା ବାବଦରେ ଅବଗତ ହେବା ପାଇଁ ରାହୁଲଙ୍କର ଏହି ଟ୍ରକ୍ ଯାତ୍ରା ଥିଲା । ତେବେ ଏହା ରାହୁଲଙ୍କର କୌଣସି ସ୍ଥିରୀକୃତ କାର୍ୟ୍ୟକ୍ରମ ନଥିଲା ବୋଲି କୁହାଯଉଛି ।